ଓ୍ବାଶିଂଟନ:ଆମେରିକାର କୋଲୋରାଡୋ ସହରରେ ଏକ ନାଇଟକ୍ଲବରେ ଗୁଳିମାଡ । ଏଥିରେ 5ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସହରର ଏକ ସମଲିଙ୍ଗୀ ନାଇଟ କ୍ଲବରେ ହଠାତ କେହି ଜଣେ ଦୁର୍ବୃତ୍ତ ଗୁଳିମାଡ କରିଥିବା ଜଣାପଡିଛି । ଏଥିରେ ବର୍ତ୍ତମାନ ସୁଦ୍ଧା 5ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବାବେଳେ 18ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ଗୁଳିକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଆମେରିକାରେ ସମଲିଙ୍ଗୀ କ୍ଲବରେ ଗୁଳିମାଡ: 5 ମୃତ, ଅନେକ ଆହତ - ଆମେରିକାରେ କ୍ଲବରେ ଗୁଳିକାଣ୍ଡରେ ଏକାଧିକ ମୃତ
ଆମେରିକାର କୋଲୋରାଡୋରେ ଏକ ସମଲିଙ୍ଗୀ ନାଇଟକ୍ଲବରେ ଆତତାୟୀର ଗୁଳିକାଣ୍ଡ । 5 ମୃତ 18 ଆହତ ସୂଚନା । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ
ଆମେରିକାରେ ସମଲିଙ୍ଗୀ କ୍ଲବରେ ଗୁଳିମାଡ: 5 ମୃତ, 18 ଆହତ
ମିଳିଥିବା ସୂଚନା ଅନୁସାରେ, ଏହି କ୍ଲବରେ ସମଲିଙ୍ଗୀ ସଦସ୍ୟମାନେ ଏକାଠି ହୋଇଥିଲେ । କେହି ଜଣେ ଅଜଣା ଆତତାୟୀ ହଠାତ କ୍ଲବରେ ପ୍ରବେଶ କରିବା ସହ ଆଖବୁଜା ଗୁଳିମାଡ କରିଥିଲା । ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ମଧ୍ୟ ହୋଇଥିଲା । 5 ଜଣ ଘଟଣାସ୍ଥଳରେ ପ୍ରାଣ ହରାଇବା ସହ ଏଥିରେ ପ୍ରାୟ 18 ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସହରରେ ହାଇଆଲର୍ଟ ଜାରି ହେବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।