ଓଡିଶା

odisha

ETV Bharat / international

ନେପାଳରେ ରାସ୍ତା ତଳକୁ ଖସିଲା ବସ, 6 ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ - ନେପାଳରେ ସଡକ ଦୁର୍ଘଟଣାରେ 6 ଭାରତୀୟଙ୍କ ମୃତ୍ୟୁ଼

ନେପାଳରେ ସଡକ ଦୁର୍ଘଟଣାରେ 6 ଭାରତୀୟଙ୍କ ମୃତ୍ୟୁ। ସମସ୍ତେ ରାଜସ୍ଥାନର ବାସିନ୍ଦା। ଅଧିକ ପଢନ୍ତୁ

everal Indian pilgrims killed in Nepal
everal Indian pilgrims killed in Nepal

By ETV Bharat Odisha Team

Published : Aug 24, 2023, 3:49 PM IST

କାଠମାଣ୍ଡୁ:ନେପାଳରେ ଭୟଙ୍କର ସଡକ ଦୁର୍ଘଟଣା। ଭାରତୀୟ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାରୁ 50 ମିଟର ତଳକୁ ଖସିଲା ବସ । 7 ଜଣ ଭାରତୀୟଙ୍କ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଛନ୍ତି । ନେପାଳର ବାରା ଜିଲ୍ଲାରେ ଆଜି(ଗୁରୁବାର) ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । 6 ମୃତକ ରାଜସ୍ଥାନର ହୋଇଥିବା ବେଳେ ଜଣେ ମୃତକ ନେପାଳର ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ସଡ଼କ ଦୁର୍ଘଟଣା ଘଟିଥିଲା ।

ପୋଲିସର କହିବା ଅନୁଯାୟୀ, ଏକ ତୀର୍ଥଯାତ୍ରୀ ବସ୍‌ କାଠମାଣ୍ଡୁରୁ ଜନକପୁର ଅଭିମୁଖେ ଯାତ୍ରା କରୁଥିଲା । ଯେଉଁଥିରେ ସମସ୍ତ ଯାତ୍ରୀ ଭାରତୀୟ ଥିଲେ । ବାରା ଜିଲ୍ଲାର ଚୁରିଆମାଇରେ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାର ଶିକାର ହୋଇଥିଲା । ବସ୍‌ରେ ଡ୍ରାଇଭର ଓ ହେଲ୍ପରଙ୍କୁ ମିଶାଇ ମୋଟ 27 ଜଣ ଯାତ୍ରୀ ଥିଲେ ।

ଏହା ମଧ୍ୟ ପଢନ୍ତୁ-ତୁର୍କୀରେ ସଡକ ଦୁର୍ଘଟଣାରେ 4 ଗୁଜୁରାଟି ଛାତ୍ରଛାତ୍ରୀ ମୃତ

ବସ୍‌ଟି ଜନକପୁର ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ରାସ୍ତାର 50 ମିଟର ତଳକୁ ଥିବା ଏକ ନଦୀ କୂଳରେ ଖସିପଡ଼ିଥିଲା । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିବା ବେଳେ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 7ଜଣ ମୃତକଙ୍କ ମଧ୍ୟରୁ 6 ଜଣ ରାଜସ୍ଥାନର ହୋଇଥିବା ବେଳେ ଜଣେ ନେପାଳର । ବସ୍‌ରେ ଦୁଇଜଣ ଡ୍ରାଇଭର ଏବଂ ଜଣେ ହେଲପରଙ୍କ ସମେତ ମୋଟ 27 ଜଣ ଯାତ୍ରୀ ଥିବା ଡେପୁଟି ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି । ମୃତକଙ୍କ ନାମ ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇ ନାହିଁ ।

ଏହା ବି ପଢ଼ନ୍ତୁ:ନେପାଳରେ ନଦୀକୁ ଖସିଲା ଯାତ୍ରୀବାହି ବସ, ୮ ମୃତ

ଜୁଲାଇ 5 ତାରିଖରେ ତୁର୍କୀରେ ଏକ ସଡ଼କ ଦୁର୍ଘଟଣାରେ 4ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ଗୁଜୁରାଟର ହୋଇଥିବା ନେଇ ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ ଦୁଇ ଛାତ୍ରୀ ମଧ୍ଯ ରହିଥିଲେ । ପୋରବନ୍ଦରର ଦୁଇ ଛାତ୍ର, ବନାସକାନ୍ତର ଓ ଭଦୋଦରାରୁ ଦୁଇ ଛାତ୍ରୀ ରହିଥିଲେ। ମୃତ ଛାତ୍ରଛାତ୍ରୀ ହୋଟେଲ ମ୍ୟାନେଜମେଣ୍ଟ ପଢିବା ପାଇଁ ତୁର୍କୀ ଯାଇଥିଲେ । ଛୁଟି କାଟିବା ପାଇଁ ଏକ କାରରେ ସେମାନେ ପରିଭ୍ରମଣରେ ବାହାରିଥିଲେ । ତୁର୍କୀର କିରେନିଆ ନିକଟରେ ତାଙ୍କ କାର ସହ ଅନ୍ୟ ଏକ କାର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଛାତ୍ରୀଙ୍କୁ ମିଶାଇ ମୋଟ 4 ଜଣଙ୍କ ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details