ରୋମ:ଇଟାଲିରେ ବଡ ଧରଣର ଭୂସ୍ଖଳନ । ଏଥିରେ ପ୍ରାୟ 7 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 5 ଜଣ ନିଖୋଜ ଅଛନ୍ତି । ରବିବାର ଇଟାଲିର ଇଶିଆ ଦ୍ବୀପରେ ଏକ ଜନବହୁଳ ବନ୍ଦର ସହରରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ 3 ସପ୍ତାହର ଶିଶୁ ଏବଂ ଦୁଇ ଭାଉଭଉଣୀ ରହିଛନ୍ତି, ଆବର୍ଜନା ତଳେ ପୋତି ହୋଇ ସେମାନଙ୍କ ମୃତ୍ୟୁ ଘଟିଛି ।
ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ଇସ୍କିଆ ଦ୍ବୀପର ଉତ୍ତର ଭାଗରେ ଅବସ୍ଥିତ ଇଟାଲି କ୍ୟାମ୍ପାନିଆର ମେଟ୍ରୋପଲିଟାନ ସିଟିରେ ଭୂସ୍କଳନ ଯୋଗୁଁ 7 ଜଣ ଆବର୍ଜନା ପୋତି ହୋଇଯାଇଥିଲେ । ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ, ଅନେକ ବଡ ବଡ ଅଟ୍ଟାଳିକା ଭୁଶୁଡି ଯିବା ସହ ଗାଡ଼ି ଗୁଡ଼ିକୁ ସମୁଦ୍ର ଭିତରକୁ ଧୋଇନେଇଥିଲା । ଆବର୍ଜନା ଗୁଡ଼ିକ ପ୍ରବାହିତ ହୋଇ ଜଳାଶୟ ସୃଷ୍ଟି କରିଛି । ଫଳରେ ଚାରିଆଡେ କାଦୁଆ ଓ ପାଣି ମାଡିଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।