ଓଡିଶା

odisha

ETV Bharat / international

ଭାରସାମ୍ଯ ହରାଇ ପାହାଡ଼ରେ ପିଟି ହେଲା ବସ, ୬ ମୃତ ୨୯ ଆହତ

ନେପାଳରେ ମର୍ମନ୍ତୁଦ ବସ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ପାହାଡ଼ରେ ପିଟି ହେବା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୯ ଜଣ ଗୁରୁତର ଆହତ । ଅଧିକ ପଢ଼ନ୍ତୁ

By

Published : Mar 12, 2023, 7:30 PM IST

bus accident in nepal
ନେପାଳରେ ମର୍ମନ୍ତୁଦ ବସ ଦୁର୍ଘଟଣା

କାଠମାଣ୍ଡୁ:ନେପାଳର ସିନ୍ଧୁଲି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାହଡ଼ ସହ ଏକ ଯାତ୍ରୀବାହୀ ବସ ପିଟି ହେବା ଯୋଗୁଁ ଅତିକମ୍‌ରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୯ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ଶିଶୁ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିଛି । ଦୁର୍ଘଟଣାର ଶିକାର ହୋଇଥିବା ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି(ରବିବାର) ଓଖଲଧୁଙ୍ଗାଠାରୁ କାଠମାଣ୍ଡୁକୁ ଏକ ଯାତ୍ରୀବାହୀ ବସ ଯାଉଥିଲା । ଏହି ସମୟରେ ମିଡ-ହିଲ ରାଜପଥ ନିକଟ ଫିକ୍କଲ ମ୍ୟୁନିସିପାଲଟି-୪ରେ ବସଟି ଭାରସାମ୍ୟ ହରାଇ ପାହାଡ଼ ସହ ଧକ୍କା ହୋଇଥିଲା । ଫଳରେ ଦୁଇ ମହିଳା ଏବଂ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୨୯ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବସ୍‌ରେ ମୋଟ ୩୪ ଜଣ ଯାତ୍ରୀ ଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି । ଆହତଙ୍କ ମଧ୍ୟରେ କେତେଜଣ ଗୁରୁତର ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ଅନ୍ୟପକ୍ଷରେ ଡେପୁଟି ପୋଲିସ ଅଧିକ୍ଷକ ଚିରଞ୍ଜୀବୀ ଦହଲଙ୍କ ସୂଚନା ଅନୁଯାୟୀ, ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗାଡ଼ି ଚାଳକ ଜଣକ ଭାରସାମ୍ୟ ହରାଇବାରୁ ବସଟି ପାହାଡ଼ରେ ପିଟି ହୋଇଥିଲା । ଆତହ ଯାତ୍ରୀଙ୍କୁ ଖୁରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଥିବା ଚିରଞ୍ଜୀବୀ ଦହଲ ସୂଚନା ଦେଇଛନ୍ତି ।

ପ୍ରକାଶଥାଉକି, ନିକଟରେ ନାଇଜେରିଆରେ ଏକ ବସକୁ ଟ୍ରେନ ଧକ୍କା ଦେବା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଅନେକ ଆହତ ମଧ୍ୟ ହୋଇଥିଲେ । ନାଇଜେରିଆର ଲାଗୋସରେ ଏହି ଭୟାନକ ଦୁର୍ଘଟଣା ହୋଇଥିଲା । ଏକ ବସ୍‌ରେ ସରକାରୀ କର୍ମଚାରୀମାନେ କୌଣସି କାମରେ ଯାଉଥିବା ବେଳେ ମେଟ୍ରୋ ଟ୍ରେନ ସହ ଧକ୍କା ହୋଇଥିଲା । ତେବେ ସମସ୍ତ ମୃତକ ବସ୍‌ ଯାତ୍ରୀ ରହିଥିଲେ । ଟ୍ରେନରେ ରହିଥିବା ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିଲା । ବସ୍‌ରେ ସରକାରୀ କର୍ମଚୀରୀମାନେ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଲାଗୋସର ଇକେଜା କ୍ଷେତ୍ର ଅଞ୍ଚଳରେ ଇଣ୍ଟରସିଟି ସହ ଧକ୍କା ହୋଇଥିଲା । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ABOUT THE AUTHOR

...view details