ଇସଲାମବାଦ: ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ସେନା ଗାଡ଼ିକୁ ଧକ୍କା ଦେଲା ବିସ୍ଫୋରକ ଭର୍ତ୍ତି ଯାନ । ଏଥିରେ ପ୍ରାୟ 3 ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ଶନିବାର ପାକିସ୍ତାନର ଉତ୍ତର ପଶ୍ଚିମ ଅଞ୍ଚଳରେ ଏହି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ:Turkey-Syria earthquake: ଥମୁନି ଭୂମିକମ୍ପ ମୃତ୍ୟୁ, ୨୦ ହଜାରରୁ ଅଧିକ ମୃତଦେହ ଉଦ୍ଧାର
ପୋଲିସର ସୂଚନା ଅନୁଯାୟୀ, ଶନିବାର ଉତ୍ତର ପାକିସ୍ତାନର ୱାଜିରିସ୍ତାନର ଆଦିବାସୀ ଜିଲ୍ଲାରେ ପେଟ୍ରୋଲିୟମ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ସୁରକ୍ଷାକର୍ମୀଙ୍କ ଗାଡିକୁ ଏକ ବିସ୍ଫୋରକ ଭର୍ତ୍ତି ତିନି ଚକିଆ ଗାଡି ଧକ୍କା ଦେଇଥିଲା । ବିସ୍ଫୋରଣ ଘଟିବା ଯୋଗୁଁ ତିନି ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ 20 ଜଣ କର୍ମଚାରୀ ଆହତ ହୋଇଛନ୍ତି । ଡ୍ୟୁଟି ସରିବା ପରେ ପେଟ୍ରୋଲିୟମ କର୍ମଚାରୀମାନେ କଡ଼ା ସୁରକ୍ଷା ମଧ୍ୟରେ ନିଜ କ୍ୟାମ୍ପ୍କୁ ଫେରୁଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:Russia-Ukraine War: ମୋଦି ଚାହିଁଲେ ଯୁଦ୍ଧ ବନ୍ଦ ହୋଇପାରିବ କହିଲା ଆମେରିକା
ଏହି ସମୟରେ ବିସ୍ଫୋରଣକାରୀ ଏକ ବୋମା ଭର୍ତ୍ତି ଗାଡି଼କୁ ସେନା ଗାଡ଼ି ସହ ଧକ୍କା କରାଇଥିଲା । ଖବର ପାଇ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣକାରୀ ଧରାପଡ଼ି ନଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ପାକିସ୍ତାନରେ ଲଗାତାର ଭାବେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ନିକଟରେ ପାକିସ୍ତାନର ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ 72 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 150ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:ପୁଣି ଆମେରିକା ଆକାଶରେ ରକେଟ୍ ମାଡ: 40ହଜାର ଫୁଟ ଉପରେ ଉଡୁଥିଲା ସନ୍ଦିଗ୍ଧ ବସ୍ତୁ, ଖସାଇଲା ଲଢୁଆ ବିମାନ
ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ଉତ୍ତର-ପଶ୍ଚିମ ପେଶାୱାର ସହରର ଏକ ମସଜିଦରେ ଅପରାହ୍ନ ପ୍ରାର୍ଥନା ସମୟରେ ଆକ୍ରମଣ ଘଟିଥିଲା । ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମସଜିଦର ଗୋଟିଏ ପାର୍ଶ୍ବ ଭୁଶୁଡି ପଡିଥିଲା । ମସଜିଦ ଛାତ ଓ କାନ୍ଥର ଗୋଟିଏ ଅଂଶ ଭାଙ୍ଗି ଯାଇଥିବା ବେଳେ ଏହା ତଳେ ଅନେକ ଲୋକ ଦବି ହୋଇ ରହିଥିଲେ । ବିସ୍ଫୋରଣରେ ପ୍ରଥମେ ୧୭ ଜଣଙ୍କର ମୃତ୍ୟୁ ଖବର ମିଳିଥିଲା । ପରେ ଏହା ବୃଦ୍ଧି ପାଇ 72ରେ ପହଞ୍ଚିଛି ।