ଓ୍ବାସିଂଟନ ଡିସି:ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ । ଆତତାୟୀଙ୍କ ଗୁଳି ମାଡରେ 16 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 50 ଜଣ ଆହତ ହୋଇଥିବା ସୂଚନା । ବୁଧବାର ରାତିରେ ଆମେରିକାର ବିଜନେସ ଲୁୱିଷ୍ଟନ୍ ମେନରେ ଏହି ଗୁଳିକାଣ୍ଡ ଘଟିଛି । କେଉଁ କାରଣରୁ ଗୁଳିକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ପୋଲିସ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ, ଜଣେ ବ୍ୟକ୍ତି ଏହି ଗୁଳିକାଣ୍ଡ ଘଟାଇଥିଲେ । ଯିଏକି ମେନେଥରେ ଥିବା ଆମେରିକାର ଆର୍ମି ରିଜର୍ଭ ଟ୍ରେନିଂ ଫେଲିସିଟିରେ ବନ୍ଧୁକ ଚାଳକ ପ୍ରଶିକ୍ଷକ ଭାବରେ ତାଲିମ ଦେଉଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନଥିବାରୁ ସେ ଗ୍ରୀଷ୍ମ ଦିନରେ ଦୁଇ ସପ୍ତାହ ପାଇଁ ଚିକିତ୍ସାଧିନ ଥିଲେ । ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା କିପରି ଥିଲା ସେ ସମ୍ବନ୍ଧରେ କିଛି ଅବଗତ କରାଯାଇନଥିଲା । ସେ ପୂର୍ବରୁ ମେନ୍ର ସାକୋରେ ଥିବା ସାମରିକ ତାଲିମ ବେଶରେ ଗୁଳି ଚଳାଇବାର ଧମକ ଦେଇଥିଲା ।
ଲୁୱିଷ୍ଟନ୍ ପୋଲିସ୍ ଏକ ଫେସବୁକ୍ ପୋଷ୍ଟରେ କହିଥିଲା ଯେ, ଏକ ବୋଲିଂ ଆଲିରେ ଥିବା ସ୍କେମେଞ୍ଜସ୍ ବାର୍ , ଗ୍ରୀଲ୍ ଏବଂ ସ୍ପେୟାର ଟାଇମ୍ ରିକ୍ରିଏସନ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛନ୍ତି । ଆଣ୍ଡ୍ରୋସ୍କୋଗିନ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ଏହାର ଫେସବୁକ୍ ପୋଷ୍ଟରେ ସନ୍ଦିଗ୍ଧଙ୍କ ଦୁଇଟି ଫଟୋ ସେୟାର କରିଛି, ଯେଉଁଥିରେ ସୁଟର ହାତରେ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଛି । ଅଧିକାରୀମାନେ କହିଛନ୍ତି ଯେ ରାତି 7ଟା ପୂର୍ବରୁ ଗୁଳିକାଣ୍ଡ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- ଆମେରିକାର ଫ୍ଲୋରିଡାରେ ଆଖିବୁଜା ଗୁଳିମାଡ, ୩ କୃଷ୍ଣକାୟଙ୍କ ମୃତ୍ୟୁ