ଓଡିଶା

odisha

ETV Bharat / international

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ, ୨୬ ମୃତ ଶତାଧିକ ଆହତ

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ । ଶୁକ୍ରବାର ଏବଂ ଶନିବାର ଦୁଇଦିନ ଧରି ଆମେରିକାର ଅନେର ରାଜ୍ୟରେ ତାଣ୍ଡବ ରଚିଥିଲା ଘୂର୍ଣ୍ଣିଝଡ । ବର୍ତ୍ତମାନ ସୁଦ୍ଧା ୨୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗକୁ ସଂଖ୍ୟା ବୃଦ୍ଧି ପାଇବାରେ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

By

Published : Apr 2, 2023, 9:59 AM IST

tornadoes rake US Midwest
tornadoes rake US Midwest

ଓ୍ବାଶିଂଟନ: ଆମେରିକା ଉପରେ ପ୍ରକୃତିର କୋପ । ଗତ ଏକ ସପ୍ତାହ ପୂର୍ବେ ଘୂର୍ଣ୍ଣିଝଡ ହୋଇ ୨୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଶନିବାର ରାତିରେ ପୁଣି ଏକ ଘୁର୍ଣ୍ଣିଝଡ ହୋଇଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆମେରିକାର ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳର ମଧ୍ୟଭାଗରେ ଏହି ଘୂର୍ଣ୍ଣିଝଡ ହୋଇଥିଲା । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ କୋଠା ମଧ୍ୟ ଭୁଶୁଡି ପଡିଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାଅନୁସାରେ, ଶୁକ୍ରବାର ରାତିରୁ ଏହି ଝଡ ଆରମ୍ଭ ହୋଇଥିବା ବେଳେ ଶନିବାର ଯାଏଁ ତାଣ୍ଡବ ରଚିଥିଲା । ଅତିକମରେ ୮ରୁ ୯ ରାଜ୍ୟରେ ଏହି ଘୂର୍ଣ୍ଣିଝଡ ତାଣ୍ଡବ ରଚି ଘର ବାଡି ସବୁ ଭାଙ୍ଗି ଦେଇଛି । ଅନେକ ସ୍ଥାନରେ ଗଛ ପଡିବା ସହା ରାସ୍ତା ଅବରୋଧ ହୋଇଥିଲା । ଟେନିସି କାଉଣ୍ଟିରେ ଅତି କମରେ ନଅ ଜଣ, ବ୍ୟାନ ଏବଂ ଆକାନସସର ଛୋଟ ସହରରେ ୪ଜଣ, ସୁଲିବନ୍, ଇଣ୍ଡିଆନାରେ ତିନୋଟି ଏବଂ ଇଲିନୋଇସରେ ଚାରି ଜଣ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । ଅନ୍ୟ ମୃତକମାନେ ଆଲାବାମା ଏବଂ ମିସିସିପିରେ ଲିଟିଲ୍ ରକ୍, ଆରକାନାସର ହୋଇଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: International Fact-Checking Day: ଭାରତରେ ମିଥ୍ୟା ଖବର ରୋକିବାକୁ ଗୁଗୁଲ୍‌ ଆଣୁଛି ନୂଆ ଫିଚର୍ସ

ଏନେଇ ଜଣେ ସରକାରୀ ଅଧିକାରୀ କହିଛନ୍ତି, " ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରାୟ ୨୬୦୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ଟେନେସିର ମେମ୍ଫିସ୍ ଠାରୁ 50 ମାଇଲ୍ (80 କିଲୋମିଟର) ପଶ୍ଚିମରେ ପ୍ରାୟ 8,000 ଲୋକଙ୍କ ଙର ଭାଙ୍ଗିଯାଇଛି । ଘର ଛାକ ପଡିଯାଇଥିବା ବେଳେ ଝରକା କବାଟ ସବୁ ଭାଙ୍ଗି ଯାଇଛି । ବଡ ବଡ ଗଛ ସବୁ ତଳେ ପଡିଯାଇଛି । ଏହା ବ୍ୟବସାୟ ଉପରେ ମଧ୍ୟ ଅଧିକ ପ୍ରଭାବ ପକାଇଛି ।"

ଘରର ଆସବାବ ପତ୍ର ସବୁ ଛିନଛତ୍ର ହୋଇଯାଇଥିଲା । ଏନେଇ ଆଶ୍ଲି ମ୍ୟାକମିଲାନ କହିଛନ୍ତି, "ଘୂର୍ଣ୍ଣିବଳୟ ସମୟରେ ଆମେ ପୁରା ପରିବାର ପାଇଖାନା ଭିତରେ ରହିଥୁଲୁ ଏବଂ ସମସ୍ତଙ୍କୁ କାନ୍ଦି କାନ୍ଦି ଅଲବିଦା କହୁଥିଲୁ । ଘରର ପୋଷା କୁକୁରକୁ ମଧ୍ୟ ଆମେ ସହ ରଖିଥିଲୁ । କାହିଁକି ନା ଆମେ ଭାବିଥିଲୁ ଆଉ ବଞ୍ଚିବୁନି ବୋଲି । ଗଛ ପଡି ଆମ ଘର ପୁରା ନଷ୍ଟ ହୋଇଯାଇଥିଲା । କିନ୍ତୁ ଭଗବାନଙ୍କ କୃପାରୁ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲୁ ।"

ପ୍ରକାଶଥାଉକି, ଗତ ମାର୍ଚ୍ଚ ୨୫ ତାରିଖରେ ଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡ ହୋଇଥିଲା । ଘୂର୍ଣ୍ଣିଝଡରେ ୨୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details