ଓଡିଶା

odisha

ETV Bharat / international

ଗ୍ରୀସ ଉପକୂଳରେ ବୁଡିଲା ଜାହାଜ: 79 ମୃତ,ଏକାଧିକ ନିଖୋଜ - ଗ୍ରୀସ ଉପକୂଳରେ ବୁଡିଲା ଜାହାଜ

ଗ୍ରୀସ ଉପକୂଳରେ ଜାହାଜ ବୁଡି 79ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । 104 ଜଣଙ୍କୁ କରାଯାଇଛି ଉଦ୍ଧାର । ଅଧିକ ପଢନ୍ତୁ

migrant boat sinks off Greek coast
migrant boat sinks off Greek coast

By

Published : Jun 15, 2023, 7:30 AM IST

ଏଥେନ୍ସ: ଗ୍ରୀସ ଉପକୂଳରେ ବୁଡିଲା ଜାହାଜ । ଜାହାଜ ବୁଡି 79ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ଥିବା ସୂଚନା। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ସିଏନଏନଏ ରିପୋର୍ଟ କରିଛି । ବର୍ତ୍ତମାନ ସୁଦ୍ଧା 104 ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି ଉଦ୍ଧାରକାରୀ ଦଳ । ସମସ୍ତ ମୃତକ ପ୍ରବାସୀ ହୋଇଥିବା ଜଣାପଡିଛି ।

ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କ ବୟସ ପ୍ରାୟ 16ରୁ 41 ବର୍ଷ ମଧ୍ୟରେ ହେବ । ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ତେବେ ଜାହାଜରେ କେତେ ଯାତ୍ରୀ ଯାତ୍ରା କରୁଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଆନୁମାନିକ 750 ଯାତ୍ରୀ ରହିଥିବା ନେଇ ଉଦ୍ଧାର ହୋଇଥିବା ଯାତ୍ରୀ ମତ ରଖିଛନ୍ତି । ପ୍ରବାସୀ ଜାହାଜଟି ଗ୍ରୀସ ଉପକୂଳରେ ବୁଡିବାର ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ।

ପେଲୋପୋନିସ୍ ପ୍ରିଫେକ୍ଟ ପାନାଜୋଟିସ୍ ନିକାସର ମୁଖପାତ୍ର କହିଛନ୍ତି ଯେ, ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ଜାହାଜଟି ଲିବିଆର ଟୋବ୍ରୁକରୁ ଯାତ୍ରା କରିଥିବା ବେଳେ ବୁଧବାର ଗ୍ରୀସ ଉପକୂଳରେ ବୁଡି ଯାଇଥିଲା। ଏହି ଘଟଣାରେ ଅନ୍ତର୍ଜାତୀୟ ସଂଗଠନ ଟ୍ବିଟ୍ କରି ଲେଖିଛି ଯେ, ଗ୍ରୀସର ପାଏଲସ ଠାରେ ଏକ ଜାହାଜ ବୁଡିଯାଇଛି । ବର୍ତ୍ତମାନ ସୁଦ୍ଧା 104 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 32ଟି ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ । ଡଙ୍ଗାଟିରେ 400 ଯାତ୍ରୀ ଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ।

ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଏହା ଅତ୍ୟନ୍ତ ଭୟଙ୍କର ବୋଲି କହିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, "ଭୂମଧ୍ୟସାଗରରେ ଆଉ ଏକ ଭୟଙ୍କର ଜାହାଜ ଦୁର୍ଘଟଣା ହୋଇଛି । ଗ୍ରୀସରେ ଏପରି ଅଘଟଣ ଘଟିଥିବା ବେଳେ ଏଥିରେ ବହୁ ଲୋକଙ୍କ ଜୀବନ ଯାଇଛି ।

ଗତ ଫେବୃଆରୀ ମାସରେ ଦକ୍ଷିଣ ଇଟାଲିର କ୍ରୋଟୋନରେ ବଡ଼ ଅଘଟଣ ଘଟିଥିଲା । ସମୁଦ୍ରରେ ଜାହାଜ ବୁଡ଼ି ଅତି କମରେ 40 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଥିଲା । କୂଳରେ ଲାଗୁଥିବା ସମୟରେ ଭାରସାମ୍ୟ ହରାଇ ଜାହାଜଟି ବୁଡ଼ି ଯାଇଥିଲା । ଏହି ଘଟଣାରେ ଅନେକଙ୍କୁ ଉଦ୍ଧାର କରାଯାଇଥିଲା ।

ABOUT THE AUTHOR

...view details