ଓଡିଶା

odisha

ETV Bharat / international

Firing in Mexico: ରିସୋର୍ଟରେ ଆଖିବୁଜା ଗୁଳିମାଡ, ଶିଶୁ ସମେତ 7 ମୃତ - ରିସୋର୍ଟ ଗୁଳିକାଣ୍ଡ

ସେଣ୍ଟାଲ ମେକ୍ସିକୋର ଲା ପାଲମା ରିସୋର୍ଟରେ ଗୁଳିକାଣ୍ଡ ଘଟି 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 17, 2023, 8:11 AM IST

ମେକ୍ସିକୋ ସିଟି:ମେକ୍ସିକୋରେ ଥମିବାର ନା ଧରୁନି ଗୁଳିକାଣ୍ଡ ଘଟଣା । ସେଣ୍ଟାଲ ମେକ୍ସିକୋର ଏକ ରିସୋର୍ଟରେ ଗୁଳିକାଣ୍ଡ ଘଟି 7 ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ 3 ଜଣ ମହିଳା, 3 ଜଣ ପୁରୁଷ ଓ ଜଣେ ଶିଶୁ ରହିଥିବା ଜଣାପଡିଛି । କୋର୍ଟାଜାର ପୌରାଞ୍ଚଳର ସିଟି ହଲରେ ଏହି ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ରବିବାର) ଅପରାହ୍ନ 4ଟା 30 ମନିଟ ସମୟରେ ଲା ପାଲମା ରିସୋର୍ଟରେ କିଛି ଦୁର୍ବୃତ୍ତ ପହଞ୍ଚିଥିଲେ । କେହି କିଛି ଜାଣିବା ଆଗରୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରୁ ଅତର୍କିତ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ଏହାପରେ ଘଟଣାସ୍ଥଳରେ ଭଙ୍ଗାରୁଜା କରି ସେଠାରେ ଥିବା ସିସିଟିଭି କ୍ୟାମେରାକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ''ଗୁଳିମାଡ ହେବାରୁ ରିସୋର୍ଟରେ ଥିବା ବହୁ ଲୋକ ଚେୟାର ତଳେ ଲୁଚିଯାଇଥିଲେ ଓ କିଛି ଲୋକଙ୍କ ଦେହରେ ଗୁଳି ବାଜିବାରୁ ସେମାନେ ତଳେ ପଡିଯାଇଥିଲେ । ଅନେକଲୋକ ନିଜକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ ।'' ତେବେ ଗୁଳିକାଣ୍ଡ ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ଦୁର୍ବୃତ୍ତ ମାନେ ଏଠାରେ ଅତର୍କିତ ଗୁଳିମାଡ କଲେ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-Dubai Building Fire: ୪ ଜଣ ଭାରତୀୟଙ୍କ ସମେତ ୧୬ ମୃତ

ଏନେଇ ପୋଲିସ କହିଛି ଯେ, ''ଆକ୍ରମଣକାରୀ ମାନେ ରିସୋର୍ଟରେ ପ୍ରବେଶ କରିବା ପରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାପରେ ଗୁଳିକାଣ୍ଡ ଘଟାଇ ଘଟଣାସ୍ଥଳରୁ ସିସିଟିଭି କ୍ୟାମେରା ନେଇ ପଳାଇଥିଲେ । ଏନେଇ ତଦନ୍ତ ଜାରି ରହିଛି । ''

ଅନ୍ୟପଟେ ଅମେରିକାର ଅଲବାମା ରାଜ୍ୟରେ ଗୁଳିକାଣ୍ଡ ଘଟି 4 ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅଲବାମା ରାଜ୍ୟର ଡାଡେଭିଲେରେ ଏକ ଜନ୍ମଦିନ ପାର୍ଟିରେ ଗୁଳିକାଣ୍ଡ ହୋଇଥିଲା । ଗତକାଲି ସ୍ଥାନୀୟ ସମୟ ରାତି 10ଟା 30 ମିନିଟରେ ଏକ ନାବାଳକର ଜନ୍ମଦିନ ପାର୍ଟି ଚାଲିଥିବା ବେଳେ କୌଣସି କାରଣରୁ ଝଗଡା ହୋଇଥିଲା । ପରେ ଗୁଳିକାଣ୍ଡ ଘଟିବାରୁ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ଜାନୁଆରୀ ମାସରେ ଉତ୍ତର ମେକ୍ସିକୋ ସହରରେ ଥିବା ଏକ ଜେଲରେ ଗୁଳିମାଡ ହୋଇଥିଲା । ଆତତାୟୀର ଗୁଳିମାଡରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 24 ଜଣ କଏଦୀ ଫେରାର ହୋଇଯାଇଥିଲେ । ମୃତକମାନେ 4 ଜଣ କଏଦୀ ଏବଂ 10 ଜଣ ସୁରକ୍ଷାବାହିନୀର ହୋଇଥିବା ଜଣାପଡିଥିଲା ।

ABOUT THE AUTHOR

...view details