ନୂଆଦିଲ୍ଲୀ:ଅମନଦୀପ ସିଂଙ୍କୁ ନୂଆ ଦାୟିତ୍ବ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଭାରତର ବରିଷ୍ଠ କୂଚନୀତିଜ୍ଞ ତଥା ପଞ୍ଜାବ ବିଶ୍ବବିଦ୍ୟାଳୟ ଆଲୁମିନି ଅମନଦୀପ ସିଂ ଗିଲଙ୍କୁ ତାଙ୍କର ବୈଷୟିକ ପ୍ରତିନିଧି ନିଯୁକ୍ତ କରିଛନ୍ତି । ଇଟାଲିୟନ ଏବଂ ଇୟୁ କୂଟନୀତି ମାରିଆ- ସ୍ପାଟୋଲିସାନୋଙ୍କ ସ୍ଥାନରେ ଅମନଦୀପଙ୍କୁ ଏହି ଦାୟିତ୍ବ ମିଳିଛି ।
ଅମନଦୀପ ସିଂ ଜାତିସଂଘ ମୁଖ୍ୟଙ୍କ ବୈଷୟିକ ପ୍ରତିନିଧି - ଅମନଦୀପ ସିଂ ଜାତିସଂଘ ମୁଖ୍ୟଙ୍କ ବୈଷୟିକ ପ୍ରତିନିଧି
ଅମନଦୀପ ସିଂଙ୍କୁ ନୂଆ ଦାୟିତ୍ବ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଭାରତର ବରିଷ୍ଠ କୂଚନୀତିଜ୍ଞ ତଥା ପଞ୍ଜାବ ବିଶ୍ବବିଦ୍ୟାଳୟ ଆଲୁମିନି ଅମନଦୀପ ସିଂ ଗିଲଙ୍କୁ ତାଙ୍କର ବୈଷୟିକ ପ୍ରତିନିଧି ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ
ଅମନଦୀପଙ୍କୁ ଡିଜିଟାଲ ପ୍ରଯୁକ୍ତିରେ ଜାତିସଂଘର ଜଣେ ସଦସ୍ୟ ରହି ଆସିଛନ୍ତି । ସେ 2016ରୁ 2018 ଜେନେଭାରେ ନିରସ୍ତ୍ରୀକରଣ ସମ୍ମିଳନୀରେ ଭାରତର ରାଷ୍ଟ୍ରଦୂତ ଓ ସ୍ଥାୟୀ ପ୍ରତିନିଧି ଥିଲେ । ତାଙ୍କୁ ଇଣ୍ଟରନ୍ୟାସନାଲ ଡିଜିଟାଲ ହେଲଥ ଆଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରିସର୍ଜ କୋଲାବୋରୋଟିଭ (ଆଇ-ଡିଏଆଇଆର) ପ୍ରୋଜେକ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ କରାଯାଇଛି ।
ପୂର୍ବରୁ 2018 -19ରେ ଜାତିସଂଘର ଡିଜିଟାଲ ସହଯୋଗର କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି । ସେ 1992ରେ ଭାରତୀୟ କୂଟନୀତିଜ୍ଞ ସେବାରେ ଯୋଗ ଦେଇଥିଲେ । ଅମନଦୀପ ଗିଲ ଲଣ୍ଡନର କିଙ୍ଗ୍ସ କଲେଜରେ ନ୍ୟୁକ୍ଲିୟାର ମଲ୍ଟିଲାଟେରାଲ ଫୋରମରେ ପିଏଚଡି କରିଛନ୍ତି । ପଞ୍ଜାନ ବିଶ୍ବବିଦ୍ୟାଳୟରେ ଇଲେକ୍ଟ୍ରୋନିକ୍ସରେ ବି-ଟେକ କରିଛନ୍ତି ।