ଓଡିଶା

odisha

ETV Bharat / international

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଟପ ହମାସ କମାଣ୍ଡର ନିହତ - ହମାସ ଆତଙ୍କବାଦୀ କମାଣ୍ଡର ମୃତ

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଟପ ‘ହମାସ’ କମାଣ୍ଡର ନିହତ । କିବୁଜ ନିରିମ ନରସଂହାରର ଥିଲା ମାଷ୍ଟରମାଇଣ୍ଡ । ଏୟାର ଷ୍ଟ୍ରାଇକର ଫଟୋ ଜାରି କଲା ଇସ୍ରାଏଲ । ଅଧିକ ପଢନ୍ତୁ

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଟପ ହମାସ କମାଣ୍ଡର ନିହତ, କିବୁଜ ନିରିମ ନରସଂହାରର ଥିଲା ମାଷ୍ଟରମାଇଣ୍ଡ
ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଟପ ହମାସ କମାଣ୍ଡର ନିହତ, କିବୁଜ ନିରିମ ନରସଂହାରର ଥିଲା ମାଷ୍ଟରମାଇଣ୍ଡ

By ETV Bharat Odisha Team

Published : Oct 15, 2023, 6:40 PM IST

ହାଇଦ୍ରାବାଦ:ଇସ୍ରାଏଲ ଉପରେ 5 ହଜାରରୁ ଅଧିକ ରକେଟ ମାଡ କରିଥିବା ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ହମାସ’ର ଜଣେ ପରେ ଜଣେ କମାଣ୍ଡରକୁ ଖୋଜି ଖୋଜି ନିପାତ କରିବାରେ ଲାଗିଛି ଇସ୍ରାଏଲ । ବାୟୁସେନାର ଏୟାର ଷ୍ଟ୍ପାଇକରେ ଗତକାଲି ରାତିରେ ‘ହମାସ’ର ଅନ୍ୟତମ ଟପ୍‌ କମାଣ୍ଡର ତଥା ଇସ୍ରାଏଲ-ଗାଜା ସୀମାରେ ଅନୁପ୍ରବେଶ କରି କିବବୁତ ନିରିମରେ ହମାସ ଗୋଷ୍ଠୀ କରିଥିବା ନରସଂହାର ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ ବିଲାଲ ଅଲ-କେଦ୍ରା ନିହତ ହୋଇଛି । ଗାଜାରେ ଥିବା ହମାସ ଆଡ୍ଡା ଉପରେ ଏହି ଏୟାର ଷ୍ଟ୍ରାଇକ କରାଯାଇଥିବା ଇସ୍ରାଏଲ ସେନା କହିବା ସହ ଏୟାର ଷ୍ଟ୍ରାଇକର ଫଟୋ ମଧ୍ୟ ଜାରି କରିଛି ।

ଚଳିତ 7 ତାରିଖରେ ଗାଜା ସୀମା ନିକଟବର୍ତ୍ତୀ ଉତ୍ତର-ପଶ୍ଚିମ ଇସ୍ରାଏଲର କିବବୁତ ନିରିମ ନାମକ ସ୍ଥାନରେ ସୀମା ଅନୁପ୍ରବେଶ କରି ଏହି ନରସଂହାର କରିଥିଲା ‘ହମାସ’ ଆତଙ୍କୀ ଗୋଷ୍ଠୀ । ‘ହମାସ’ର ଅନ୍ୟତମ ଟପ କମାଣ୍ଡର ବିଲାଲ ଅଲ-କେଦ୍ରା ଏହି ଅପରେସନର ନେତୃତ୍ବ ନେଇଥିଲା । ଏଥିରେ ବହୁସଂଖ୍ୟାରେ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇଥିଲେ । ଇସ୍ରାଏଲ ସେନା ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ଗତକାଲି ରାତିରେ ଉତ୍ତର ଗାଜାରେ ଥିବା ବିଲାଲ ଅଲ-କେଦ୍ରାର ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ବିଲାଲ ସହିତ ବହୁ ହମାସ ଆତଙ୍କୀ ନିପାତ ହୋଇଥିବା ଇସ୍ରାଏଲ ବାୟୁସେନା ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ :-Israel- Hamas war: ଉତ୍ତର ଗାଜା ଛାଡିବାକୁ 3 ଘଣ୍ଟାର ମହଲତ ଦେଲା ଇସ୍ରାଇଲ ସେନା, ହୋଇପାରେ ଗ୍ରାଉଣ୍ଡ ଆଟାକ

ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଇସ୍ରାଏଲର ଏହି ଆକ୍ରମଣ ଆଜି 9ମ ଦିନରେ ପହଞ୍ଚିଛି । ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରି ଆକ୍ରମଣ ଜାରି ରହିଛି ଇସ୍ରାଏଲ । ଏବେ ଗାଜାରେ ମାନବୀୟ ସଙ୍କଟ ସାଙ୍ଗକୁ ଘନ ଘନ ଏୟାର ଷ୍ଟ୍ରାଇକ ଜାରି ରହିଛି । ଏହା ସହ ଇସ୍ରାଏଲ ସେନାର ସ୍ଥଳସେନା ମଧ୍ୟ ଗାଜା ମଧ୍ୟରେ ପ୍ରବେଶ କରି ସାରିଛନ୍ତି । ହମାସର ସମସ୍ତ ଆତଙ୍କୀ ସଫା ନହେବା ପର୍ଯ୍ୟନ୍ତ ଅପରେସନ ‘ଆଇରନ ସୋର୍ଡ’ ଶେଷ ହେବନି ବୋଲି ଇସ୍ରାଏଲ ସେନା ସ୍ପଷ୍ଟ କରିଛି । ଅନ୍ୟପଟେ ହମାସ ଓ ପାଲେଷ୍ଟାଇନକୁ ସମର୍ଥନ ଦେଉଥିବା ଲେବନନ ଓ ସିରିୟା ପରି କିଛି ଦେଶରେ ମଧ୍ୟ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ଆସିଛି । ଇସ୍ରାଏଲକୁ ଆମେରିକା ସମେତ ଅନ୍ୟ କିଛି ଦେଶ ସିଧା ସମର୍ଥନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details