ବ୍ରାଜିଲିଆ:ବିଶାଳକାୟ ଆମାଜନ ଜଙ୍ଗଲ କୋଟି କୋଟି ଏକର ପରିମିତ ଜମିରେ ବ୍ୟାପିଛି । ଏହି ଘନ ଜଙ୍ଗଲରେ ଥିବା ସବୁଠାରୁ ବଡ଼ ଗଛର ଚିହ୍ନଟ ହୋଇଛି । ତିନି ବର୍ଷର ପ୍ରୟାସ ପରେ ବୈଜ୍ଞାନିକ ଦଳ ଏହି ଗଛ ପାଇବାରେ ସଫଳ ହୋଇଛନ୍ତି । ପାଞ୍ଚଟି ଅଭିଯାନ ମାଧ୍ୟମରେ ଜଙ୍ଗଲ ମଧ୍ୟରେ ଦୁଇ ସପ୍ତାହ ଯାତ୍ରା କରିବା ପରେ ଏହି ଉଚ୍ଚତମ ଗଛର ସନ୍ଧାନ ମିଳିଛି । ବୈଜ୍ଞାନିକମାନେ ଏହି ବୃକ୍ଷକୁ ସର୍ବ ବୃହତ ବୃକ୍ଷ ବୋଲି ଦାବି କରିଛନ୍ତି ।
ଏହି ବିଶାଳକାୟ ଗଛର ଉଚ୍ଚତା 88.5 ମିଟର (290 ଫୁଟ) ରହିଥିବାବେଳେ ଏହାର ଘନତା 9.9 ମିଟର (32 ଫୁଟ) ରହିଛି । ଯାହା ଏକ 25 ମହଲା ବିଶିଷ୍ଟ କୋଠାର ଆକାର ହେବ ବୋଲି ଅନୁମାନ କରାଯାଇଛି । ଏହା ସର୍ବ ବୃହତ ଗଛ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଉତ୍ତର ବ୍ରାଜିଲର ଇତାରାପୁର ନଦୀ ନିକଟରେ ଥିବା ଜଙ୍ଗଲ ସଂରକ୍ଷଣ ସ୍ଥାନରେ ଏହା ଗଛ ଅବସ୍ଥିତ । ଆଞ୍ଜେଲିମ ଭର୍ମେଲୋ ନାମକ ଏହି ଗଛର ବୈଜ୍ଞାନିକ ନାମ ଡିନିଜିଆ ଏକ୍ସେଲସା । ଅନୁସନ୍ଧାନକାରୀମାନେ 2019 ମସିହାରେ 3D ମ୍ୟାପିଂ ପ୍ରୋଜେକ୍ଟର ଅଂଶ ଭାବରେ ଉପଗ୍ରହ ଭିତରେ ଏକ ବିଶାଳକାୟ ଗଛକୁ ଦେଖିଥିଲେ ।