ଓଡିଶା

odisha

Covid Scare: ଭାରତ ସମେତ ୧୬ ଦେଶ ଉପରେ କଟକଣା ଲଗାଇଲା ସାଉଦି ଆରବ

By

Published : May 23, 2022, 9:03 AM IST

କୋଭିଡ ସଂକ୍ରମଣ ବୃଦ୍ଧି ହେତୁ ୧୬ ଦେଶ ଉପରେ ନୂଆ କଟକଣା ଜାରି କଲା ସାଉଦି ଆରବ । ଭାରତ ସମେତ ଷୋହଳ ଦେଶକୁ ଭ୍ରମଣ କରିପାରିବେ ନାହିଁ ସାଉଦି ଆରବ ନାଗରିକ ।

ସଂକ୍ରମଣ ଭୟ: ଭାରତ ସହ ୧୬ ଦେଶ ଉପରେ କଟକଣା ଲଗାଇଲା ସାଉଦି ଆରବ
ସଂକ୍ରମଣ ଭୟ: ଭାରତ ସହ ୧୬ ଦେଶ ଉପରେ କଟକଣା ଲଗାଇଲା ସାଉଦି ଆରବ

ରିୟାଦ:ପୁଣି ଘାରିଲା କୋଭିଡ ସଂକ୍ରମଣ ଭୟ । ସଂକ୍ରମଣ ବୃଦ୍ଧି ଭୟରେ ୧୬ ଦେଶ ଉପରେ ନୂଆ କଟକଣା ଜାରି କଲା ସାଉଦି ଆରବ । ସାଉଦି ଆରବ ଏହାର ନାଗରିକମାନଙ୍କୁ ଭାରତ ସମେତ ଷୋହଳ ଦେଶକୁ ଭ୍ରମଣ ଉପରେ ରୋକ ଲଗାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଲେବାନନ୍, ସିରିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ, ୟେମେନ, ସୋମାଲିଆ, ଇଥିଓପିଆ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତନାମ, ଆର୍ମେନିଆ, ବେଲାଋଷ, ଏବଂ ଭେନେଜୁଏଲାକୁ ଯାତ୍ରା କରିପାରିବେ ନାହିଁ ସାଉଦି ଆରବ ନାଗରିକ । ଏନେଇ ଗ୍ଲୁଫ ନ୍ୟୁଜ ତରଫରୁ ରିପୋର୍ଟ କରାଯାଇଛି ।

ଅନ୍ୟପଟେ ମଙ୍କିପକ୍ସ ଅନେକ ଦେଶରେ ଏବେ ଚିହ୍ନଟ ହେଉଥିବା ବେଳେ ସାଉଦି ଆରବରେ ଏହି ପ୍ରକାରର ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଏନେଇ ସାଉଦି ଆରବରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଯଦି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ଏଥି ପ୍ରତି ସ୍ବାସ୍ଥ୍ୟ ବିଭାଗ ସତର୍କ ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ୧୧ ଦେଶରେ ମଙ୍କି ପକ୍ସର ୮୦ ମାମଲା ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇଥିବା ବିଶ୍ବସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details