ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଋଷ ଉପ ପ୍ରଧାନମନ୍ତ୍ରୀ ଡାନିସ ମଣ୍ଟୁରୋଭ୍। ବାଣିଜ୍ୟିକ ସମ୍ପର୍କକୁ ବସ୍ତାର କରିବା ପାଇଁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଋଷିଆ ପକ୍ଷରୁ ଏହି ଆଲୋଚନାରେ ପ୍ରତିନିଧିତ୍ବ କରିବେ ଡାନିସ ମଣ୍ଟୁରୋଭ୍ । ଡାନିସ ଋଷର ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ମଧ୍ୟ ଅଟନ୍ତି। ଆଜି ସକାଳ ସମୟରେ ସେ ନୂଆ ଦିଲ୍ଲୀରେ ପହଞ୍ଚିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକଙ୍କ ତାଲିକାରେ ଆମେରିକାର ବାଣିଜ୍ୟ ସଚିବ, କହିଲେ ମୋଦି ବିଶ୍ବରେ ସବୁଠି ଲୋକପ୍ରିୟ
ଏନେଇ ଭାରତରେ ଥିବା ଋଷ ଦୂତାବାସ ଟ୍ବିଟ କରି କହିଛି ଯେ, ''ଭାରତ ଓ ଋଷ ମଧ୍ୟରେ ବାଣିଜ୍ୟକୁ ଅଧିକରୁ ଅଧିକ ସୁଦୁଢ କରିବା ପାଇଁ ଡାନିସ ମଣ୍ଟୁରୋଭ୍ ଭାରତ ଗସ୍ତରେ ଆସିଛନ୍ତି । ଗସ୍ତର ପ୍ରଥମ ଦିନରେ 24ତମ ଆନ୍ତଃ ସରାକରୀ ଆୟୋଗ ବାଣିଜ୍ୟ, ଅର୍ଥନୈତିକ, ବିଜ୍ଞାନ ଏବଂ ସାଂସ୍କୃତିକ ସହଭାଗିତା(IRIGC-TEC)ର ଆଲୋଚନା ଅଂଶ ଗ୍ରହଣ କରିବେ ଡାନିସ ।
ଏହା ମଧ୍ୟ ପଢନ୍ତୁ-Shettar Joins Congress: ହାତ ଧରିଲେ ଜଗଦୀଶ ଶେଟ୍ଟାର, ସପ୍ତାହରେ BJPକୁ ବାଏ ବାଏ କହିଲେଣି 2 ବଡ ନେତା
ବିଭିନ୍ନ ରାଷ୍ଟର ସହ ରହିଥିବା ଅର୍ଥନୈତିକ ସହଭାଗିତାକୁ ସୁପରଭାଇଜ କରିବା ପାଇଁ IRIGC-TEC ହେଉଛି ଏକ ମେକାନିଜିମ। ମୋଟ 6ଟି ଗ୍ରୁପ IRIGC-TEC ସହ କାମ କରିବା ପାଇଁ ଗଠନ କରାଯାଇଛି। ଏହି 6ଟି ଗ୍ରୁପ ଅର୍ଥନୀତି, ତ୍ରିପାଖିକ ବ୍ୟବସାୟ, ଆଧୁନିକୀକରଣ, ଶିଳ୍ପ , ଶକ୍ତି, ପର୍ଯ୍ୟଟନ ଏବଂ ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶକୁ ଏକ ନୂଆ ଦିଗଦର୍ଶନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଭାରତରେ ଥିବା ଋଷ ଦୂତାବାସର ଟୁଇଟ୍ରେ କୁହାଯାଇଛି ଯେ ଅନ୍ତଃ ସରକାରୀ ଋଷିଆ ଓ ଭାରତ ଆୟୋଗ (ଆଇଜିସି) ଆସନ୍ତା କାଲି ଅନୁଷ୍ଠିତ ହେବ। ଏହାପରେ 24ତମ ଆଇଜିସି ବୈଠକ ଆରମ୍ଭ ହେବ।
ଏହା ମଧ୍ୟ ପଢନ୍ତୁ-Bengal Teacher Recruitment Scam: TMC ବିଧାୟକ ଜୀବନ କ୍ରିଷ୍ଣା ଶାହାଙ୍କୁ ବାନ୍ଧିଲା ସିବିଆଇ
ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ, ଅର୍ଥନୈତିକ ଏବଂ ମାନବୀୟ ସହାୟତା ପ୍ରସଙ୍ଗରେ ଆଲୋଚନା ହେବା ନେଇ ଯୋଜନା ରହିଛି । ଏଥିସହ ମଣ୍ଟୁରୋଭ ଅନେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ । ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗର ବିକାଶ ପାଇଁ ଅନେକ ନୂତନ ଜ୍ଞାନ କୌଶଳରେ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ଗତ ମାସରେ ବୈଦେଶୀକ ମନ୍ତ୍ରୀ ଆଇଆରଆଇଜିସି-ଟିଇସିର ଏକ ଭର୍ଚୁଆଲ୍ ବୈଠକରେ ସାମିଲ ହୋଇଥିଲେ ।