ଓଡିଶା

odisha

ETV Bharat / international

ଯୁଦ୍ଧ ଜାହାଜ ଧ୍ବଂସ ଘଟଣା: ଆକ୍ରମଣ କରିଥିବା ୟୁକ୍ରେନର ଦାବି, ଋଷିଆର ଖଣ୍ଡନ - ଋଷିଆ ଯୁଦ୍ଧ ଜାହାଜ ଧ୍ବଂସ

ବ୍ଲାକ୍ ସି'ରେ(Black Sea) ଋଷିଆର ଶକ୍ତିଶାଳୀ ଯୁଦ୍ଧ ଜାହାଜ ଧ୍ବଂସ ଘଟଣା । ଜାହାଜ ଉପରେ ୟୁକ୍ରେନ ସେନା ଆକ୍ରମଣ କରିଥିବା କହିଲା ୟୁକ୍ରେନ । ଅଧିକ ପଢନ୍ତୁ

ଯୁଦ୍ଧ ଜାହାଜ ଧ୍ବଂସ ଘଟଣା: ଆକ୍ରମଣ କରିଥିବା କହିଲା ୟୁକ୍ରେନ, ଖଣ୍ଡନ କଲା ଋଷିଆ
ଯୁଦ୍ଧ ଜାହାଜ ଧ୍ବଂସ ଘଟଣା: ଆକ୍ରମଣ କରିଥିବା କହିଲା ୟୁକ୍ରେନ, ଖଣ୍ଡନ କଲା ଋଷିଆ

By

Published : Apr 15, 2022, 3:17 PM IST

କିଭ୍: ବ୍ଲାକ୍ ସି'ରେ ଋଷିଆର ଶକ୍ତିଶାଳୀ ଯୁଦ୍ଧ ଜାହାଜ(guided-missile cruiser)ରେ ନିଆଁ ଲାଗି ବୁଡିବା ଘଟଣାରେ ୟୁକ୍ରେନ ସେନା ମିସାଇଲ ମାଡ କରି ଏହାକୁ ନଷ୍ଟ କରିଥିବା ତାହାର କର୍ତ୍ତୃପକ୍ଷ ଦାବି କରିଛନ୍ତି । ଅନ୍ୟପଟେ ଜାହାଜରେ ନିଆଁ ଲାଗିବା ଘଟଣାକୁ ସ୍ବୀକାର କରିଥିଲେ ମଧ୍ୟ ଏହା ଉପରେ ଆକ୍ରମଣ ହୋଇଥିବା ଦାବିକୁ ଖଣ୍ଡନ କରିଛି ଋଷିଆ । ମୋସ୍କଭା (Moskva) ଉପରେ କୌଣସି ଆକ୍ରମଣ ହୋଇନଥିବା ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

ଏହି ପରିପ୍ରେକ୍ଷୀରେ ଗତକାଲି(ଗୁରୁବାର) ରାତିରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଶକୁ ସମ୍ବୋଧନ କରିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ ନିଜ ବାର୍ତ୍ତାରେ ଋଷୀୟ ଯୁଦ୍ଧ ଜାହାଜ ବୁଡିବାକୁ ଇଙ୍ଗିତ କରି କହିଥିଲେ, ୫୦ ଦିନର ଆକ୍ରମଣ ପରେ ମଧ୍ୟ ୟୁକ୍ରେନବାସୀ ଜୀବିତ ଥିବା ଯୋଗୁଁ ସେମାନଙ୍କୁ ଗର୍ବ କରିବା ଉଚିତ୍ । ବିଭିନ୍ନ ବାଟରେ ୟୁକ୍ରେନ ଋଷିଆ ଆକ୍ରମଣର ମୁକାବିଲା କରୁଛି । ଋଷିଆ ଯୁଦ୍ଧ ଜାହାଜ ବହୁ ଦୂର ଯାଏଁ ଯାତ୍ରା କରିପାରିବ, ଏପରିକି ସମୁଦ୍ର ତଳେ ମଧ୍ୟ ଯାଇପାରିବ ବୋଲି ଯେଉଁମାନେ କହୁଥିଲେ ସେମାନଙ୍କ ପାଇଁ ଏହି ଋଷୀୟ ମିସାଇଲ କ୍ରୁଜ ଏକ ଉଦାହରଣ ବୋଲି ଜେଲେନସ୍କି କହିଛନ୍ତି । ଉଲ୍ଲେଖଯୋଗ୍ୟ, ଗୁରୁବାର ବ୍ଲାକ୍ ସି'ରେ ଋଷିଆର ମିସାଇଲ କ୍ରୁଜରେ ନିଆଁ ଲାଗି ଧ୍ବସଂ ହୋଇଯାଇଥିଲା । ଯୁଦ୍ଧ ଆରମ୍ଭରେ ୟୁକ୍ରେନ ବିରୁଦ୍ଧରେ ସାମରିକ ଅପରେସନରେ ଋଷିଆର ଏହି ମିସାଇଲ ଗାଇଡେଡ କ୍ରୁଜ ମୋସ୍କଭା ସାମିଲ ଥିଲା ।

ABOUT THE AUTHOR

...view details