ମସ୍କୋ:ଆଜି(ବୁଧବାର) ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଜି 20 ରାଷ୍ଟ୍ରମୁଖ୍ୟଙ୍କ ଡିଜିଟାଲ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସୂଚନା ଯୋଗ୍ୟ ଯେ ୟୁକ୍ରେନ ବିବାଦ ଯୋଗୁଁ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଜି 20 ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ପୁଟିନ ସାମିଲ ହୋଇ ନ ଥିଲେ । ସେ ନିଜ ସ୍ଥାନରେ ରୁଷ ବିଦେଶ ମନ୍ତ୍ରୀଙ୍କୁ ଏହି ସମ୍ମିଳନୀକୁ ପଠାଇଥିଲେ ।
ଏହା ମଧ୍ୟ ପଢନ୍ତୁ...18th G-20 Summit: ସମ୍ମିଳନୀରୁ କଣ ହାସିଲ କଲା ଭାରତ ? ପଢନ୍ତୁ ପୂର୍ବତନ ରାଷ୍ଟ୍ରଦୂତଙ୍କ ଆଲେଖ୍ୟ
ରୁଷର ସରକାରୀ ସମାଚାର ଏଜେନ୍ସି ତାସ୍ ତରଫରୁ ଏହି ସୂଚନା ଦିଆଯାଇଛି । ରୁଷ ରାଷ୍ଟ୍ରପତି ପୁଟିନ ମଧ୍ୟ ପୂର୍ବବର୍ଷ ନଭେମ୍ବରରେ ଇଣ୍ଡୋନେସିଆ ଠାରେ ଆୟୋଜିତ ଜି 20 ଶିଖର ସମ୍ମିଳନୀ ସାମିଲ ହୋଇ ନଥିଲେ । ଭାରତର ଅଧ୍ୟକ୍ଷତାରେ ଏହି ସମ୍ମିଳନୀରେ ବୈଶ୍ବିକ ଅର୍ଥ ବ୍ୟବସ୍ଥା ଏବଂ ଅର୍ଥନୈତିକ ସ୍ଥିତି, ବିଶ୍ବ ଜଳବାୟୁ ପରିବର୍ତ୍ତନ ଏଜେଣ୍ଡା, ଡିଜିଟାଲୀକରଣ, ଏସଜିଡି ଗୁଡିକର ଅଗ୍ରଗତି, ଅଣୁ ଅସ୍ତ୍ରର ସୀମିତ ବ୍ୟବହାର ଆଦି ବିଷୟ ଉପରେ ଆଜି ଚର୍ଚ୍ଚା ହୋଇଛି ।
ଏହା ମଧ୍ୟ ପଢନ୍ତୁ...ଜି-୨୦ରେ ବିଦେଶୀ ଅତିଥିଙ୍କ ମନ ଜିଣିଲା କାଇଁଚ ସାମଗ୍ରୀ, ପ୍ରଶଂସା ସାଉଁଟିଲେ କେନ୍ଦ୍ରାପଡା ଦମ୍ପତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଜି 20 ରାଷ୍ଟ୍ରମୁଖ୍ୟଙ୍କ ଡିଜିଟାଲ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଗତ ସେପ୍ଟେମ୍ବରରେ ନୂଆଦିଲ୍ଲୀ ଜି 20 ଘୋଷଣାନାମାର କାର୍ଯ୍ୟକାରିତା ଏବଂ ତତ୍ ପଶ୍ଚାତ ସୃଷ୍ଟି ହୋଇଥିବା ନୂତନ ଆହ୍ବାନ ଗୁଡିକ ଉପରେ ଚର୍ଚ୍ଚା ଆଲୋଚନା ହୋଇଛି । ସମ୍ମିଳନୀ ପୂର୍ବରୁ ଭାରତର ଜି 20 ଶେରପା ଭାବେ ଅମିତାଭ କାନ୍ତ କହିଥିଲେ କି, ‘‘ସମ୍ମିଳନୀରେ ସମୂହର ଅନେକ ନେତା ଭାଗ ନେବେ । କିନ୍ତୁ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ବୁଧବାର ଦିନ ଜି 20 ଡିଜିଟାଲ ଶିଖର ସମ୍ମିଳନୀରେ ଭାଗ ନେବେ ନାହିଁ । ଅମିତାଭ ଆହୁରି କହିଥିଲେ ଯେ ଏହି ଡିଜିଟାଲ ଶିଖର ସମ୍ମିଳନୀ ଏକ ଦୁର୍ଲଭ ଓ ଅସାଧାରଣ ଅବସର । ଭାରତର ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ବ ନେତା ମାନଙ୍କ ସହ କଥାବାର୍ତ୍ତାର ଏକ ମଞ୍ଚ ପ୍ରଦାନ କରିବ ।’’ ଶେଷରେ ଜି-20 ସମ୍ମିଳନୀରେ ପରବର୍ତ୍ତୀ ଅଧ୍ୟକ୍ଷତା ଦାୟିତ୍ବ ବ୍ରାଜିଲକୁ ହସ୍ତାନ୍ତର କରାଯାଇଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ