ମସ୍କୋ: ଭାରତକୁ ମିଳିଛି ପଞ୍ଚଦଶ ରାଷ୍ଟ୍ରପତି । ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏନେଇ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ବିଦେଶରୁ ଆସିଛି ଶୁଭେଚ୍ଛା । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ପୁଟିନ - ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ପୁଟିନ
ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ
ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଟିନ କହିଛନ୍ତି, ରାଷ୍ଟ୍ରମୁଖ୍ୟ ଭାବେ ଦ୍ରୌପଦୀଙ୍କ କାର୍ଯ୍ୟ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ସହ ଅନ୍ତର୍ଜାତୀୟ ସ୍ଥିରତାକୁ ମଜଭୁତ କରିବ ବୋଲି ଆଶା କରିଥିବା ଏକ ବିବୃତ୍ତିରେ କହିଛନ୍ତି । ଆମର ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର ହିତ ପାଇଁ ଏବଂ ଶକ୍ତିଶାଳୀ ଆନ୍ତର୍ଜାତିକ ସ୍ଥିରତା ଏବଂ ନିରାପତ୍ତା ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବ । ଋଷିଆ ଭାରତ ସହ ରଣନୈତିକ ସମ୍ପର୍କକୁ ଗୁରୁତ୍ବ ଦେଇଥାଏ ।
ପ୍ରକାଶ ଥାଉକି, ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜୁଲାଇ 21ରେ ଭୋଟ ଗଣତି ହୋଇଥିଲା । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ପରାସ୍ତ କରି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ । ଆସନ୍ତାକାଲି (ସୋମବାର) ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ । ଦେଶର ପ୍ରଧାନବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।