ଓଡିଶା

odisha

ETV Bharat / international

Russia-Ukraine War: ଓଡେଶାରେ ଋଷିଆର ମିଶାଇଲ ଆଟାକ, 18 ମୃତ - ୟୁକ୍ରେନର ଓଡେଶାରେ ଋଷିଆର ମିସାଇଲ ମାଡ

ୟୁକ୍ରେନର ଓଡେଶା ସହରରେ ଋଷିଆର ମିଶାଇଲ ଆଟାକ୍ । ଏଥିରେ 18 ମୃତ୍ୟୁ ଏବଂ ୩୦ ଜଣ ଆହତ । ଅଧିକ ପଢନ୍ତୁ

Russia-Ukraine War: ଓଡେଶାରେ ଋଷିଆର ମିଶାଇଲ ଆଟାକ, ୧୯ ମୃତ
Russia-Ukraine War: ଓଡେଶାରେ ଋଷିଆର ମିଶାଇଲ ଆଟାକ, ୧୯ ମୃତ

By

Published : Jul 1, 2022, 6:12 PM IST

Updated : Jul 1, 2022, 7:08 PM IST

କିଭ୍:ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ସରିବ ୟୁକ୍ରେନ-ଋଷିଆ ଯୁଦ୍ଧ ? ମାସ ମାସ ଧରି ଜାରି ରହିଥିବା ଏହି ବିଧ୍ବଂସରେ କେବେ ବିରାମ ଲାଗିବ ? ଫେବୃୟାରୀ ୨୪ରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ଭିତରେ ଆଜି(ଶୁକ୍ରବାର) ସକାଳୁ ଋଷିଆ ୟୁକ୍ରେନର ଉପକୂଳ ସହର ଓଡେଶା ନିକଟବର୍ତ୍ତୀ ଏକ ଆବାସିକ ଅଞ୍ଚଳ ଉପରେ ମିସାଇଲ ମାଡ଼ କରିଛି । ଏଥିରେ ଅତିକମରେ ଦୁଇ ଜଣ ଶିଶୁଙ୍କ ସମେତ 18 ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି । ସରକାରୀ ସ୍ତରରେ ଏନେଇ ସୂଚନା ଦିଆଯାଇଛି ।

ଓଡେଶା ସହର ଠାରୁ ୫୦ କିଲୋମିଟର ଦୂର ଏକ ଛୋଟ ସହର ସେରହିଭ୍‌କା(Serhiivka)ରେ ଋଷିଆ ଏହି ଆକ୍ରମଣ କରିଛି । ୟୁକ୍ରେନ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଏକ ବହୁତଳ ଆପାର୍ଟମେଣ୍ଟ ଏବଂ ରିସର୍ଟ ଅଞ୍ଚଳରେ ମିସାଇଲ ମାଡ ହୋଇଛି । ରାଷ୍ଟ୍ରପତି ଜେଲେନସ୍କିଙ୍କ ଜଣେ ଅଧିକାରୀ କହିଛନ୍ତି, ''ଗୋଟିଏ ଆତଙ୍କୀ ରାଷ୍ଟ୍ର ଆମ ଲୋକମାନଙ୍କୁ ହତ୍ୟା କରୁଛି । ଯୁଦ୍ଧ ମୈଦାନରେ ପରାଜିତ ହେବାରୁ ଋଷିଆ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ।'' ତେବେ ଦୀର୍ଘ ମାସ ହେଲା ଜାରି ରହିଥିବା ଯୁଦ୍ଧରେ ୟୁକ୍ରେନ ଏକ ଧ୍ବଂସସ୍ତୁପରେ ପରିଣତ ହୋଇଛି । ହଜାର ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି । ଲକ୍ଷ ଲକ୍ଷ ଲୋକେ ପଡୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସାଜିଛନ୍ତି । ଆଜିର ଆଟାକ ପୂର୍ବରୁ ଜୁନ ୨୭ ତାରିଖରେ ଋଷିଆ କ୍ରେମେନଚୁକ ସ୍ଥିତ ଏକ ସପିଂ ମଲରେ ମିସାଇଲ ମାଡ କରିଥିଲା । ଏଥିରେ ଅତିକମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬୨ ଜଣ ଆହତ ହୋଇଥିଲେ ।

Last Updated : Jul 1, 2022, 7:08 PM IST

ABOUT THE AUTHOR

...view details