କିଭ:ୟୁକ୍ରେନ ଉପରେ ପୁଣି ଆକ୍ରମଣକୁ ଜୋରଦାର କରିଛି ଋଷ । ପୁଣି ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କଲା ଋଷିଆ। ପୂର୍ବ ୟୁକ୍ରେନ ସହର କୁପିଆନସ୍କ ନିକଟ ଏକ ଗାଁରେ ଋଷ ସେନା ମିସାଇଲ ଆକ୍ରମଣ କରିବାରୁ 50 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ସାଧାରଣ ନାଗରିକଙ୍କ ଉପରେଏହା ସବୁଠାରୁ ବଡ ଆକ୍ରମଣ ବୋଲି ସ୍ଥାନୀୟ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।
ଏହା ମଧ୍ୟ ପଢନ୍ତୁ-ଋଷିଆ ଉପରେ ୟୁକ୍ରେନର ଡ୍ରୋନ ଆଟାକ୍: ବନ୍ଦ ହେଲା ମସ୍କୋ ଏୟାରପୋର୍ଟ
ୟୁକ୍ରେନ ଆଭ୍ୟନ୍ତରୀଣ ମନ୍ତ୍ରୀ ଇହୋର କ୍ଲେମେଙ୍କୋ କହିଛନ୍ତି ଯେ, ମସ୍କୋ ସେନା ସ୍ଥାନୀୟ ସମୟ ମଧ୍ୟାହ୍ନ 5ଟା ବେଳେ ଖାରକିଭ ଅଞ୍ଚଳର ରୋଜାରେ ଥିବା ଏକ କାଫେ ଏବଂ ମାର୍କେଟକୁ ଟାର୍ଗେଟ୍ କରିଥିଲେ । ମିସାଇଲ ମାଡ଼ କରିବାରୁ ଘଟଣାସ୍ଥଳରେ 50 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଏକ 6 ବର୍ଷିୟ ବାଳକ ମଧ୍ୟ ରହିଛି । 6ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ୟୁକ୍ରେନ ଉପରେ ମିସାଇଲ ମାଡ କଲା ଋଷ, 17 ମୃତ 32 ଆହତ
ମିଳିଥିବା ସୂଚନା ଅନୁଯାୟୀ, ଖାରକିଭ ରୋଜା ଏକ ଜନଗହଳିପୂର୍ଣ୍ଣ ସ୍ଥାନ । ଏଠାରେ ଥିବା ସୁପ୍ ମାର୍କେଟରେ ହଜାର ହଜାରଲୋକଙ୍କ ଭିଡ ଜମିଥାଏ। ସ୍ଥାନୀୟ ସମୟ ମଧ୍ୟାହ୍ନ 1ଟାରେ ହଠାତ ଋଷ ସେନା ମିସାଇଲ ଆକ୍ରମଣ କରିଥିଲା । ଫଳରେ ଜନଗହଳିପୂର୍ଣ୍ଣ ସ୍ଥାନ ରେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଏନେଇ ଖବର ପାଇ ଉଦ୍ଧାରକାରୀ ଟିମ୍ ପହଞ୍ଚି ଭଗ୍ନାବଶେଷ ତଳୁ ମୃତଦେହ ଉଦ୍ଧାର କରିଥିଲା ।
ଏହା ମଧ୍ୟ ପଢନ୍ତୁ-Russia-Ukraine war: ୟୁକ୍ରେନ ଉପରେ ଋଷର ମିସାଇଲ ମାଡ, 7 ମୃତ 90 ଆହତ
ଋଷ ଓ ୟୁକ୍ରେନ ଯୁଦ୍ଧକୁ ବର୍ଷେରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ଆକ୍ରମଣ ଜାରି ରଖିଛି ଋଷ । ଗତ ସେପ୍ଟେମ୍ବର 6 ତାରିଖରେ ୟୁକ୍ରେନର କୋଷ୍ଟିଆଣ୍ଟିନିଭାକାର ଡୋନେଟସ୍କ ଅଞ୍ଚଳର ଏକ ବଜାରରେ ମିସାଇଲ ମାଡ଼ କରିଥିଲା ଋଷ । ଫଳରେ 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 32ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଥିଲା । ଅଗଷ୍ଟ 20ରେ ୟୁକ୍ରେନ ସହର ଚେର୍ନିହିବରେ ମିସାଇଲ ମାଡ଼ କରିଥିଲା ଋଷ । ଏଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 90ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ ।