କିଭ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଲଢେଇର ସମାପ୍ତି ହେଉ ନାହିଁ । ଆଜି ଯାଏଁ ମଧ୍ୟ ଘମାଘୋଟ ଲଢେଇ ଜାରି ରହିଛି । ଇତି ମଧ୍ୟରେ ପୁଣି ୟୁକ୍ରେନ ଉପରେ ମିଶାଇଲ ମାଡ କରିଛି ଋଷୀୟ ସେନା । ଫଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି(ଶୁକ୍ରବାର) ଋଷ ସେନା ପୂର୍ବ ୟୁକ୍ରେନ ସହରର ସ୍ଲୋଭିୟାନ୍ସ ସହରର ରେସିଡେଣ୍ଟାଲ ଅଞ୍ଚଳ ଉପରେ ମିଶାଇଲ ମାଡ କରିଥିଲା । ଜନବସତି ଅଞ୍ଚଳରେ ମିଶାଇଲ ମାଡ କରିବା ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଡେନେଟ୍ସ ରିଜନର ଗଭର୍ଣ୍ଣର କହିଛନ୍ତି, " ଶୁକ୍ରବାର ଦିନ ଋଷ ସେନା ସ୍ଲୋଭିୟାନ୍ସ ସହରରେ ଏସ ୩୦୦ ମିଶାଇଲ ମାଡ କରିଥିଲା । ୟୁକ୍ରେନର ପୂର୍ବ ରହିଥିବା ସହର ସ୍ଲୋଭିୟାନ୍ସ । ତେବେ ଅଚାନକ ମିଶାଇଲ ମାଡ କରିବା ଯୋଗୁଁ ଅନେକ କ୍ଷୟକ୍ଷତି ହେବା ସହ ଅଚାନକ ଜୀବନ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ଯିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାସହ ୨୧ଜଣ ଆହତ ହୋଇଥିଲେ ।"
ଏହା ମଧ୍ୟ ପଢନ୍ତୁ: G20 Presidency: G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ୍ ଗଭର୍ଣ୍ଣରଙ୍କ ଦ୍ବିତୀୟ ବୈଠକ ଅନୁଷ୍ଠିତ
ଏହା ମଧ୍ୟ ପଢନ୍ତୁ: କାଶ୍ମୀରରେ ଜି-20 ସମ୍ମିଳନୀ ବୈଠକ ଆୟୋଜନକୁ ପାକିସ୍ତାନର ନିନ୍ଦା, ଜବାବ ରଖିଲା ଭାରତ
ତେବେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ତରଫରୁ ମଧ୍ୟ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦିନ ଏକ ବିଲ ଉପରେ ଦସ୍ତଖତ କରିବା ପରେ ଏହି ହମଲା କରାଯାଇଛି । ଗତକାଲି ପୁଟିନ ସେନା ବାହିନୀର ଏକ ପ୍ରସ୍ତାବ ଉପରେ ଦସ୍ତଖତ କରିଥିଲେ । ଆଇନ୍ ଅନୁଯାୟୀ ଜଣେ ଡ୍ରାଫ୍ଟିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଯାତ୍ରା କରିବାକୁ ବାରଣ କରାଯିବ ଏବଂ ଇଲେକ୍ଟ୍ରୋନିକ୍ କଲ୍ ଅପ୍ କାଗଜପତ୍ର ପାଇବା ପରେ ଏକ ତାଲିକାଭୁକ୍ତ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ପଡିବ ବୋଲି ଲେଖାଥିବା ପ୍ରସ୍ତାବରେ ସେ ହସ୍ତଖତ କରିଥିଲେ । ଏହା ପରେ ହିଁ ଋଷ ପକ୍ଷରୁ ମିଶାଇଲ ମାଡ କରାଯାଇଛି ।
ପ୍ରକାଶଥାଉକି, ୨୦୨୨ ମସିହା ଫେବୃଆରୀ ମାସ ୨୪ ତାରିଖରେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେବା ପରେ ଆକ୍ରମଣ ଆରମ୍ଭ କରିଥିଲା ଋଷ । ଦେଶବ୍ୟାପୀ ଘନଘନ ମିଶାଇଲ ମାଡ ଫଳରେ ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲା । ତଥାପି ମଧ୍ୟ ମୁଣ୍ଡ ନୁଆଇଁ ନଥିଲା ୟୁକ୍ରେନ । ୟୁକ୍ରେନ ମୁଣ୍ଡ ନନୁଆଁଇବା କାରଣରୁ ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ବେଳକୁ ବେଳ ଲମ୍ବିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ