ଓଡିଶା

odisha

ETV Bharat / international

ଋଷ ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତର ଶିକାର ସୂଚନା, ସନ୍ଦେହରେ ୨୦ଜଣ ଜେନେରାଲ ଗିରଫ - ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଏଗୁ

ଋଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଏଗୁ ହୃଦଘାତର ଶିକାର ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ସେ ଗତ କିଛି ଦିନ ହେବ ସର୍ବସାଧାରଣରେ ଦେଖା ନଯିବାରୁ ଏହି ଚର୍ଚ୍ଚା ହେଉଛି । ଏହା ସହିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଶୋଏଗୁ ପ୍ରାକୃତିକ କାରଣରୁ ନୁହେଁ ବରଂ ଏକ ବଡ଼ ହୃଦଘାତର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ

ଋଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଏଗୁ ହୃଦଘାତ, ସନ୍ଦେହରେ ୨୦ ଜଣ ଜେନେରାଲଙ୍କୁ ଗିରଫ
ଋଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଏଗୁ ହୃଦଘାତ, ସନ୍ଦେହରେ ୨୦ ଜଣ ଜେନେରାଲଙ୍କୁ ଗିରଫ

By

Published : Apr 15, 2022, 6:14 PM IST

ନୂଆଦିଲ୍ଲୀ:ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏଥିସହ ଏହି ଯୁଦ୍ଧରେ ୟୁକ୍ରେନ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି । ଏପଟେ ଯୁଦ୍ଧକୁ ଆଜି ୫୨ ଦିନ ପୂରିଥିବା ବେଳେ ଋଷୀ ସେନା ଆକ୍ରମଣରେ ୟୁକ୍ରେନ ବଡ ବଡ ସହରରେ ଏବେ ଧୂଂସ ସ୍ତୂପରେ ପରିଣତ ହେବାକୁ ଲାଗିଛି । ଏପଟେ ଏହି ଯୁଦ୍ଧ ମଧ୍ୟରେ ଋଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଏଗୁ ହୃଦଘାତର ଶିକାର ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ସେ ଗତ କିଛି ଦିନ ହେବ ସର୍ବସାଧାରଣରେ ଦେଖା ନଯିବାରୁ ଏହି ଚର୍ଚ୍ଚା ହେଉଛି । ଏହା ସହିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଶୋଏଗୁ ପ୍ରାକୃତିକ କାରଣରୁ ନୁହେଁ ବରଂ ଏକ ବଡ଼ ହୃଦଘାତର ଶିକାର ହୋଇଛନ୍ତି ।

ସେହିପରି ୟୁକ୍ରେନରେ ହେଉଥିବା କ୍ଷୟକ୍ଷତିକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଏଗୁଙ୍କ ମଧ୍ୟରେ କିଛି ମତଭେଦ ହୋଇଥିଲା ବୋଲି ଏହି ପ୍ରକାଶିତ ମିଡିଆ ରିପୋର୍ଟରେ କୁହାଯାଇଛି । ଋଷିଆନ ଟାଇମ୍ସିରେ ପ୍ରକାଶିତ ଏକ ଅନିଶ୍ଚିତତା ରିପୋର୍ଟରେ ଅନୁଯାୟୀ, ଋଷିଆନ- ଇସ୍ରାଏଲ ବ୍ୟବସାୟୀ ଲିଓନିଡ ନେଭଜଲିନ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀ ତଥା ୬୬ ବର୍ଷୀୟ ସେରଗେଇ ଶୋଏଗୁଙ୍କର କୈଣସି ପ୍ରାକୃତିକ କାରଣରୁ ହୃଦଘାତ ହୋଇନାହିଁ । ତେବେ ତାଙ୍କର ଏହି ହୃଦଘାତ ପାଇଁ ୨୦ ଜଣ ଜେନେରାଲଙ୍କୁ ସନ୍ଦେହରେ ଗିରଫ କରାଯାଇଛି ।

ସେହିଭଳି ଲିଓନିଡ ନେଭଜଲିନ ଆହୁରି ମଧ୍ୟ କହିଛନ୍ତି ଯେ, ସେରଗେଇ ଶୋଏଗୁଙ୍କର ଏବେ ବି ହୃଦଘାତରେ ପୀଡିତ ଅଛନ୍ତି । ତାଙ୍କୁ କିଛି ଜଣ ପ୍ରବର୍ତ୍ତାଇ ଖରାପ ଖେଳ ମାଧ୍ୟମରେ ଏହି ହୃଦଘାତ କରାଯାଇଛି ବୋଲି ସେ କହିଛନ୍ତି । ସେପଟେ ୟୁକ୍ରେନ ଉପରେ ମସ୍କୋର ଆକ୍ରମଣକୁ ବିରୋଧ କରି ନେଭଜଲିନ ଗତ ମାସରେ ଋଷର ନାଗରିକତ୍ୱ ତ୍ୟାଗ କରୁଛନ୍ତି ବୋଲି କହିଥିଲେ । ଏତଦ୍‌ବ୍ୟତିତ୍‌ ସେରଗେଇ ଶୋଏଗୁ ୨୦୧୨ ମସିହାରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ହୋଇ ରହି ଆସିଛନ୍ତି । ଏଥିସହ ସେ ୟୁକ୍ରେନ ଆକ୍ରମଣ ପ୍ରାରମ୍ଭରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମାତ୍ର ଗତ କିଛି ସପ୍ତାହ ଧରି ସେ ନିଖୋଜ ଥିବା ଦେଖିବାକୁ ମିଳିଛି । ଯଦି ବ୍ୟବସାୟୀ ଲିଓନିଡ ନେଭଜଲିନଙ୍କ ଏହି ଦାବି ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ବିଚ୍ଛିନ୍ନ ଋଷର ରାଷ୍ଟ୍ରପତି ଏବଂ ତାଙ୍କର ଘନିଷ୍ଠ ପରାମର୍ଶଦାତା ଏବଂ ସାମରିକ ନେତାଙ୍କ ମଧ୍ୟରେ ଏକ ବଡ଼ ମତଭେଦ ନିଶ୍ଚିତ ହେବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ନେଭଜଲିନ ଶୋଏଗୁଙ୍କ ହୃଦଘାତ ଉପରେ ସନ୍ଦେହ କରିବା ସହ କହିଛନ୍ତି, ଏହା ପ୍ରାକୃତିକ କାରଣରୁ ହୋଇ ନଥିବାରୁ ଏହାକୁ ହତ୍ୟା ଉଦ୍ୟମ ବୋଲି ଦାବି କରାଯାଉଛି । ତେବେ ଗତକାଲି ଋଷର ରାଷ୍ଟ୍ରପତି ପୁଟିନ ଏବଂ ଅନ୍ୟ ମନ୍ତ୍ରୀଙ୍କ ସହ ଆର୍କଟିକର ବିକାଶ ବିଷୟରେ ଏକ ଭିଡିଓ କନଫରେନ୍ସରେ ଶୋଏଗୁଙ୍କୁ ଦେଖିବାକୁ ମିଳିଥିଲା । ମାତ୍ର ସେ ଏ ବିଷୟରେ କଥାବାର୍ତ୍ତା କରିନଥିଲେ । ଏଭଳି ପରିସ୍ଥିତିରେ ଏହା ମଧ୍ୟ ଆଲୋଚନା ହୋଇଛି, ଏହି ଭିଡିଓ ପୂର୍ବରୁ ରେକର୍ଡ । ଏହି ଫୁଟେଜ ଲୋକମାନଙ୍କୁ ଦ୍ୱନ୍ଦରେ ପକାଇବା ପାଇଁ ବ୍ୟବହୃତ ହେଉଥିବା ନେଭଜଲିନ କହିଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details