ଓଡିଶା

odisha

Russian Ukraine war: ଆମେରିକା ପ୍ରତିପକ୍ଷଙ୍କ ସହ କଥା ହେଲେ ଋଷ ପ୍ରତିରକ୍ଷା ମନ୍ତ୍ରୀ

By

Published : Oct 23, 2022, 10:24 PM IST

ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଆମେରିକା ପ୍ରତିପକ୍ଷଙ୍କ ସହ କଥା ହେଲେ ଋଷ ପ୍ରତିରକ୍ଷା ମନ୍ତ୍ରୀ । ଫ୍ରାନ୍ସ ଏବଂ ତୁର୍କୀ ପ୍ରତିପକ୍ଷଙ୍କ ସହ ମଧ୍ୟ ଟେଲିଫୋନିକ ବାର୍ତ୍ତାଳାପ କରିଥିବା ମସ୍କୋ ପକ୍ଷରୁ ସୂଚନା (Russia US counterpart discuss Ukraine situation)। କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ପୁଣି ଉଗ୍ର ହେବାରେ ଲାଗିଛି ଯୁଦ୍ଧ । ଅଧିକ ପଢନ୍ତୁ

Russian defence minister, US counterpart discuss Ukraine in phone call
Russian Ukraine war: ଆମେରିକା ପ୍ରତିପକ୍ଷଙ୍କ ସହ କଥା ହେଲେ ଋଷ ପ୍ରତିରକ୍ଷା ମନ୍ତ୍ରୀ

ମସ୍କୋ:ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କ୍ରମିଆ ପୋଲ ବିସ୍ଫୋରଣ ପରେ ପୁଣି ଥରେ ଉଗ୍ର ମୋଡ ନେବାରେ ଲାଗିଛି (Russia US counterpart discuss Ukraine situation)। ଏହାରି ମଧ୍ୟରେ ଏବେ ଅନ୍ତର୍ଜାତୀୟ ସମ୍ପର୍କ ଓ ସମୀକରଣ ପୁଣି ଥରେ ବଦଳିବାରେ ଲାଗିଛି । ଆଜି ଋଷର ପ୍ରତିରକ୍ଷା ମନ୍ତ୍ରୀ ନିଜ ଆମେରିକା ପ୍ରତିପକ୍ଷଙ୍କ ସହ କଥା ହେବା ସହ ୟୁକ୍ରେନ ସଙ୍କଟର ସାମ୍ପ୍ରତିକ ସ୍ଥିତି ନେଇ ଆଲୋଚନା କରିଛନ୍ତି । ଏହି କଥାବାର୍ତ୍ତା ନେଇ ଋଷର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏନେଇ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ଋଷ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ କେବଳ ଏହି ଦ୍ବିପାକ୍ଷିକ କଥାବାର୍ତ୍ତା ଆମେରିକା ସହ ନୁହେଁ ବରଂ ଫ୍ରାନ୍ସ ଏବଂ ତୁର୍କୀ ପ୍ରତିପକ୍ଷଙ୍କ ସହ ମଧ୍ୟ କରିଛନ୍ତି ଋଷ୍‌ ପ୍ରତିରକ୍ଷା ମନ୍ତ୍ରୀ । ତେବେ ଆମେରିକା ସମେତ ଅନ୍ୟ କିଛି ପଶ୍ଚିମ ରାଷ୍ଟ୍ର ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହାୟତା ଯୋଗାଣ ଜାରି ରଖିବା ସହ ଯୁଦ୍ଧକୁ ଆହୁରି ଜଟିଳ କରିବା ପାଇଁ ପ୍ରାୟସ କରୁଥିବା ନେଇ ମସ୍କୋ ଅଭିଯୋଗ କରିଆସୁଛି । ଆମେରିକା ଓ ଅନ୍ୟ ନାଟୋ ସଦସ୍ୟ ରାଷ୍ଟ୍ର ମସ୍କୋର ଏପରି ଅଭିଯୋଗକୁ ଖଣ୍ଡନ କରି ଆସିଛନ୍ତି ।

ଯୁଦ୍ଧ ଆରମ୍ଭରୁ ଋଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବିରୋଧ କରି ଆସିଛନ୍ତି ନାଟୋ ସଦସ୍ୟ ରାଷ୍ଟ୍ର ସମୂହ । ସିଧାସଳଖ ଯୁଦ୍ଧରେ ଅଂଶଗ୍ରହଣ ନକରି ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହୟତା ପ୍ରଦାନ କରିବାରେ ଲାଗିଛନ୍ତି ଆମେରିକା ସମେତ ଏକାଧିକ ପଶ୍ଚିମ ରାଷ୍ଟ୍ର । ଅନ୍ୟପକ୍ଷରେ ୟୁକ୍ରେନକୁ ସହାୟତା ଓ ଋଷ ଉପରେ ଏକାଧିକ ଅନ୍ତର୍ଜାତୀୟ କଟକଣା ଜାରି ଫଳରେ ମସ୍କୋ ମଧ୍ୟ ଅଧିକ ପ୍ରତିକ୍ରିୟାଶୀଳ ହେବାରେ ଲାଗିଛି । ଯାହାକୁ ନେଇ ମସ୍କୋ କ୍ଷୁବ୍ଧ ହେବା ସହ ଆପତ୍ତି ମଧ୍ୟ ଉଠାଇଛି । ଅନ୍ତର୍ଜାତୀୟ କଟକଣା ଓ ଜାତିସଂଘର ଚାପ ସତ୍ତ୍ବେ ମଧ୍ୟ ରାଷ୍ଟ୍ରପତି ପୁଟିନ ତାଙ୍କ ସାମରିକ ମିଶନ ଜାରି ରଖିଛନ୍ତି । ଗତ କିଛି ମାସ ମଧ୍ୟରେ ଯୁଦ୍ଧ ସାମାନ୍ୟ କୋହଳ ହେବା ପରି ଅନୁଭବ ହେଉଥିବା ବେଳେ ଋଷ ଓ କ୍ରିମିଆକୁ ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ ପରେ ସ୍ଥିତି ପୁଣି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details