ଓଡିଶା

odisha

ETV Bharat / international

ଋଷକୁ ନାଜି ଜର୍ମାନୀର ପରାସ୍ତ କଥା ମନେ ପକାଇଲେ ଜେଲେନସ୍କି - ଋଷ ୟୁକ୍ରେନ ଯୁଦ୍ଧ

ନାଜି ପରି ପରାସ୍ତ ହେବ ଋଷ କହିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ୟୁରୋପ ଡେ’ ମାର୍କ ଭିକ୍ଟୋରୀ ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ କଲେ ସମ୍ବୋଧନ । ଅଧିକ ପଢନ୍ତୁ

ନାଜି ପରି ପରାସ୍ତ ହେବ ଋଷ: ଜେଲେନସ୍କି
ନାଜି ପରି ପରାସ୍ତ ହେବ ଋଷ: ଜେଲେନସ୍କି

By

Published : May 9, 2023, 6:48 AM IST

ହାଇଦ୍ରାବାଦ:ଦ୍ବିତୀୟ ବିଶ୍ବଯୁଦ୍ଧରେ ନାଜି ଜର୍ମାନୀ ଯେପରି ପରାଜିତ ହୋଇଥିଲା, ଋଷ୍‌ର ଅବସ୍ଥା ମଧ୍ୟ ସେହିପରି ହେବ ବୋଲି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି । କିଭ୍‌ ପୋଷ୍ଟରେ ଜେଲେନସ୍କିଙ୍କ ଏହି ଭିଡିଓ ବାର୍ତ୍ତା ପ୍ରସାଶିତ ହୋଇଛି । ଯେଉଁଥିରେ ସେ ହିଟଲରଙ୍କ ନେତୃତ୍ବାଧୀନ ନାଜି ଜର୍ମାନୀର ପରାସ୍ତ କଥା ମନେ ପକାଇଛନ୍ତି ।

ୟୁରୋପ ଡେ’ ମାର୍କ ଭିକ୍ଟୋରୀ କାର୍ଯ୍ୟକ୍ରମକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି ଜେଲେନସ୍କି କହିଛନ୍ତି,"ଦ୍ବିତୀୟ ବିଶ୍ବଯୁଦ୍ଧରେ ନାଜି ଜର୍ମାନୀ ଯେପରି ଶୋଚନୀୟ ଭାବେ ପରାଜିତ ହୋଇଥିଲା, ଋଷର ଅବସ୍ଥା ମଧ୍ୟ ସେପରି ହେବାକୁ ଯାଉଛି । ଆମେ ଏହି ଦୁଷ୍ଟ ଶକ୍ତି ବିରୋଧରେ ଆମ ଲଢେଇ ଜାରି ରଖିଛୁ । ଆଗକୁ ମଧ୍ୟ ଲଢିବୁ ।" ୟୁକ୍ରେନର ଯୁଦ୍ଧ ସ୍ମାରକୀ ସମ୍ମୁଖରେ ଛିଡା ହୋଇ ଏକ ଭିଡିଓ ବାର୍ତ୍ତାରେ ଏହା ଜେଲେନସ୍କି କହିଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ସେ ସଂସଦରେ ଏକ ବିଲ୍‌ ଆଗତ କରିଛନ୍ତି । ଯେଉଁଥିରେ ମେ’ 8 ତାରିଖରେ ୟୁକ୍ରେନରେ ଦ୍ବିତୀୟ ବିଶ୍ବଯୁଦ୍ଧ ଦିବସ ପାଳନ ହେବ ଓ ତାର ପରଦିନ 9 ତାରିଖରେ ୟୁରୋପ ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ରହିଛି । ଏପରି କରିବା ଦ୍ବାରା ୟୁକ୍ରେନ ଋଷଠାରୁ ସାଂସ୍କୃତିକ ଭାବେ ମଧ୍ୟ ପୃଥକ ହେବ । 1945 ମସିହା ମେ’ 8 ତାରିଖରେ ମିତ୍ରଶକ୍ତି ଆଗରେ ନାଜି ଜର୍ମାନୀ ଆତ୍ମସମର୍ପଣ ଘୋଷଣା କରିଥିଲା । ଏହାକୁ ୟୁରୋପ ଭିକ୍ଟୋରୀ-ଡେ ଭାବେ ପାଳନ କରାଯାଇ ଆସୁଛି । ଏହାର ମାତ୍ର ଗୋଟିଏ ଦିନ ପରେ ଅର୍ଥାତ 9 ତାରିଖରେ ମସ୍କୋ ପାଳନ କରିଥାଏ ସୋଭିଏତ ସଂଘ ବିଜୟ ଦିବସ । ତେଣୁ ଋଷ୍‌ ସହ 9 ତାରିଖରେ ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟ ଦିବସ ପାଳନ କରୁଥିବା ୟୁକ୍ରେନ ନିଜ ପୂର୍ବ ସାଂସ୍କୃତିରେ ପରିବର୍ତ୍ତନ କରିବାକୁ ଯାଉଛି ।

ଋଷ୍‌ର ଆକ୍ରମଣ ଜାରି ରହିଥିଲେ ସୁଦ୍ଧା ୟୁକ୍ରେନ ମଧ୍ୟ ମୁକାବିଲା ଜାରି ରଖିଛି । ପଶ୍ଚିମ ଦେଶ ସମୂହ ୟୁକ୍ରେନକୁ ସହଯୋଗ ଓ ମାରଣାସ୍ତ୍ର ଯୋଗାଇ ରଖିଛନ୍ତି । ଏପରି ସ୍ଥିତିରେ ଯୁଦ୍ଧ ଆରମ୍ଭ ସ୍ଥିତିରେ ଯାହା ଆକଳନ କରାଯାଇଥିଲା ତାର ସମ୍ପୂର୍ଣ୍ଣ ବୀପରିତ ଘଟଣା ଘଟିଛି । ଯୁଦ୍ଧରେ ୟୁକ୍ରେନର ଶୋଚନୀୟ ପରାଜୟ ନେଇ ଅନୁମାନ କରାଯାଉଥିଲେ ପ୍ରାୟ 1 ବର୍ଷରୁ ଅଧିକ ହେବ ମୁକାବିଲା ଜାରି ରଖିଛି ୟୁକ୍ରେନ୍‌ । ଏହାରି ମଧ୍ୟରେ ଜେଲେନସ୍କି ଆଜି ଋଷକୁ ଏଡଲଫ ହିଟଲର୍‌ଙ୍କ ନାଜି ଜର୍ମାନୀର ଶୋଚନୀୟ ପରାଜୟର କଥା ମନେ ପକାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details