ଓଡିଶା

odisha

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନ ଯୋଗାଇବାକୁ ଆମେରିକାକୁ ଚେତାବନୀ ଦେଲା ଋଷିଆ

By

Published : Apr 26, 2022, 9:11 AM IST

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ନ କରିବା ପାଇଁ ଆମେରିକାକୁ ଚେତାବନୀ ଦେଲା ଋଷିଆ । ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏଭଳି ଅସ୍ତ୍ରଶସ୍ତ୍ର ଯୋଗାଇ ସଂଘର୍ଷକୁ ଆହୁରି ବଢାଉଛନ୍ତି କହିଲେ ଋଷିଆ ରାଷ୍ଟ୍ରଦୂତ । ଅଧିକ ପଢନ୍ତୁ

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନ ଯୋଗାଇବାକୁ ଆମେରିକାକୁ ଚେତାବନୀ ଦେଲା ଋଷିଆ
ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନ ଯୋଗାଇବାକୁ ଆମେରିକାକୁ ଚେତାବନୀ ଦେଲା ଋଷିଆ

ୱାଶିଂଟନ: ଋଷିଆ-ୟୁକ୍ରେନ ଯୁଦ୍ଧକୁ ଦୁଇ ମାସ ବିତିସାରିଛି । ହେଲେ ଯୁଦ୍ଧ ଥମିବାର ନାଁ ନେଉନି । ଋଷିଆ ସେନାର ଦୀର୍ଘ ଦିନର ଆକ୍ରମଣ ପରେ ୟୁକ୍ରେନର ବିଭିନ୍ନ ସହର ମରୁଭୂମି ପାଲଟିଛି । ଏହାସତ୍ତ୍ବେ ମଧ୍ୟ ୟୁକ୍ରେନ ମୁଣ୍ଡ ନୁଆଁଉନି ବରଂ ଋଷୀୟ ସେନାର କଡା ମୁକାବିଲା କରୁଛି । ସେପଟେ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରରୁ ମିଳୁଥିବା ସହାୟତା ୟୁକ୍ରେନର ମନୋବଳକୁ ଅଧିକ ବଢାଉଛି । ଯାହାଫଳରେ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ଦେଖାଯାଉ ନଥିବା ଯୋଗୁଁ ଚିନ୍ତାରେ ପଡିଛି ଋଷିଆ । ତେଣୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଋଷିଆ ବର୍ତ୍ତମାନ ଆମେରିକାକୁ ଚେତାବନୀ ଦେଇଛି ।

ଆମେରିକାରେ ଅବସ୍ଥାପିତ ଋଷିଆ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନୋଭ(Anatoly Antonov) ୟୁକ୍ରେନକୁ ତୁରନ୍ତ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଆମେରିକା କହିଛି ଏବଂ ଚେତାବନୀ ଦେଇଛନ୍ତି ଯେ, ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ପକ୍ଷରୁ ୟୁକ୍ରେନକୁ ଯୋଗାଇ ଦିଆଯାଉଥିବା ବୃହତ୍ ପରିମାଣର ଅସ୍ତ୍ରଶସ୍ତ୍ର ଯୁଦ୍ଧକୁ ଅଧିକ ଉସକାଉଛି ଏବଂ କ୍ଷତି ଘଟାଉଛି । ଆମେରିକା ତୁରନ୍ତ ନିଜର ଏଭଳି କାର୍ଯ୍ୟ ବନ୍ଦ କରୁ ବୋଲି ଋଷିଆ କହିଛି ।

ଫେବୃୟାରୀ ୨୪ରେ ୟୁକ୍ରେନରେ ସାମରିକ ଅପରେସନ ଆରମ୍ଭ କରିଥିଲେ ପୁଟିନ । ଏହି ଦୁଇ ମାସର ଯୁଦ୍ଧ ମଧ୍ୟରେ ହଜାର ହଜାର ୟୁକ୍ରେନବାସୀଙ୍କ ମୃତ୍ୟୁ ଘଟିସାରିଛି । ଲକ୍ଷ ଲକ୍ଷ ନାଗରିକ ପଡୋଶୀ ରାଷ୍ଟ୍ରରେ ଶରଣ ନେଇଛନ୍ତି । ପ୍ରତିଦିନ ଋଷ୍ ସେନାର ରେକଟ ଓ ବୋମା ମାଡରେ ୟୁକ୍ରେନ ମାଟି ରକ୍ତରଞ୍ଜିତ ହେଉଛି । ବର୍ତ୍ତମାନ ବନ୍ଦର ସହର ମାରିଓପୋଲକୁ ମଧ୍ୟ ଋଷିଆ ସମ୍ପୂର୍ଣ୍ଣ କବ୍‌ଜାକୁ ନେଇଛି । ଋଷିଆକୁ ଦୁର୍ବଳ କରିବା ଲକ୍ଷ୍ୟରେ ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଡ୍ରୋନ, ଭାରି ଆର୍ଟିଲେରୀ, ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ଆଣ୍ଟି-ଟ୍ୟାଙ୍କ ଜାଭଲିନ ମିସାଇଲ ଆଦି ଯୁଦ୍ଧାସ୍ତ୍ର ଯୋଗାଣ କରୁଛନ୍ତି । ହେଲେ ସେମାନେ ଅସ୍ତ୍ରଶସ୍ତ୍ର ପଠାଇ ୟୁକ୍ରେନରେ ସଂଘର୍ଷକୁ ବଢାଉଛନ୍ତି ଋଷିଆ ରାଷ୍ଟ୍ରଦୂତ କହିଛନ୍ତି ।

ABOUT THE AUTHOR

...view details