ନ୍ୟୁୟର୍କ: ନ୍ୟୁୟର୍କର ବୁକର ପ୍ରାଇଜ୍ ବିଜେତା ତଥା ବିବାଦୀୟ ପୁସ୍ତକ ଦ ସଟାନିକ ଭର୍ସେସ୍ (The Satanic Verses)ର ଲେଖକ ସଲମାନ ରୁସ୍ଦୀଙ୍କୁ ମରଣାନ୍ତକ ଆକ୍ରମଣ (Attack on Salman Rushdie) ଘଟଣା । ଆକ୍ରମଣର ଗୋଟିଏ ଦିନ ପରେ ଭେଣ୍ଟିଲେଟରରୁ ବାହାରିଲେ ରୁସ୍ଦୀ । ସେ ଶନିବାର କଥାବାର୍ତ୍ତା ହେବା ସହ ମଜାଳିଆ କଥା କହିଥିବା ତାଙ୍କ ଏଜେଣ୍ଟ ଗଣମାଧ୍ୟମକୁ ସୂଚନା ଦେଇଛି ।
ରୁସ୍ଦୀ ଗତ ଶୁକ୍ରବାର ଚାଉତାଉକ୍ବା ଇନଷ୍ଟିଟ୍ୟୁସନ (Chautauqua Institution)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଶନିବାର ସନ୍ଧ୍ୟାରେ ତାଙ୍କ ସହ ଲେଖକ ଆତିଶ ତାସୀର ଟ୍ବିଟ କରି ସେ ଭେଣ୍ଟିଲେଟରରୁ ବାହାରିଥିବା ନେଇ ସୂଚନା ଦେଇଥିଲେ । ଏହାସହ ସେ କଥାବାର୍ତ୍ତା ହୋଇଥିବା ମଧ୍ୟ କହିଥିଲେ ରୁସ୍ଦୀଙ୍କ ଏଜେଣ୍ଟ ଏଣ୍ଡ୍ରୁ ଭାୟଲୀ ।
ସେପଟେ ଶୁକ୍ରବାର ରୁସ୍ଦୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗୀ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା । ମାତ୍ର ପୋଲିସ ଏହାକୁ ଯୋଜନାବଦ୍ଧ ଭାବେ ରୁସ୍ଦୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି କହିଛି । ପଶ୍ଚିମ ନ୍ୟୁୟର୍କରେ ଯୁକ୍ତିତର୍କ ବେଳେ ଅଭିଯୁକ୍ତ ହାଦି ମତାରଙ୍କ ଓକିଲ ତାଙ୍କ ପକ୍ଷରୁ ଏହି ଆବେଦନ କରିଥିଲେ । ଅଭିଯୁକ୍ତ ଜଣକ କଳା ଓ ଧଳା ଜମ୍ପସୁଟ୍ ଏବଂ ଧଳା ମାସ୍କ ପିନ୍ଧି କୋର୍ଟରେ ହାଜର ହୋଇଥିଲେ । ତାଙ୍କ ହାତ ବନ୍ଧା ହୋଇଥିଲା । ଜିଲ୍ଲା ଓକିଲ ଜେସନ ସ୍ମିଥ ଏହି ୨୪ ବର୍ଷୀୟ ମତାରଙ୍କୁ ଅଭିଯୁକ୍ତ ବୋଲି କହିବା ପରେ ବିଚାରପତି ମତାରଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ।