ଓଡିଶା

odisha

ETV Bharat / international

PM Modi Greece Visit: 9ବର୍ଷରେ ଭାରତରେ ନିର୍ମିତ ରାସ୍ତା ପୃଥିବୀଠୁ ଚନ୍ଦ୍ର ଦୂରତା ସହ ସମାନ - ପୃଥିବୀଠୁ ଚନ୍ଦ୍ର ଦୂରତାର ରାସ୍ତା

ପୃଥିବୀ ଠାରୁ ଚନ୍ଦ୍ରର ଦୂରତା ଯେତିକି ଭାରତରେ 9ବର୍ଷ ମଧ୍ୟରେ ତାଠାରୁ ଅଧିକ ଦୂରତାର ରାସ୍ତା ତିଆରି ହୋଇଛି । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By ETV Bharat Odisha Team

Published : Aug 26, 2023, 7:08 PM IST

ଏଥେନ୍ସ: ପୃଥିବୀ ଠାରୁ ଚନ୍ଦ୍ରର ଦୂରତା ଯେତିକି ଭାରତରେ 9ବର୍ଷ ମଧ୍ୟରେ ତାଠାରୁ ଅଧିକ ଦୂରତାର ରାସ୍ତା ତିଆରି ହୋଇଛି । ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗ୍ରୀସରେ ମୋଦିଙ୍କୁ ଗ୍ରୀସ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯିବା ଅବସରରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସରେ ପ୍ରବାସୀ ଭରତୀୟଙ୍କୁ ସମ୍ବୋଧିତ କରି କହିଛନ୍ତି, "ବର୍ତ୍ତମାନ ସାରା ବିଶ୍ବରେ ଚନ୍ଦ୍ର ଆଲୋଚନାର ଶୀରୋନାମା ପାଲଟିଛି। ଏହାସହ ଗତ 9ବର୍ଷ ମଧ୍ୟରେ ଭାରତର ଗାଁ ଗୁଡିକରେ ଯେତିକି ଦୂରତାର ରାସ୍ତା ନିର୍ମାଣ ହୋଇଛି ତାହା ପୃଥିବୀ ଠାରୁ ଚନ୍ଦ୍ର ଦୂରତା ସହିତ ସମାନ। ଚନ୍ଦ୍ର ପୃଷ୍ଠରେ ତ୍ରିରଙ୍ଗା ଉଡାଇ ସାରା ବିଶ୍ବରେ ନିଜର ସାମର୍ଥ୍ୟ ଦେଖାଇଛି ଭାରତ । ଏହାସହ ବର୍ତ୍ତମାନ ଭଗବାନ ଶିବଙ୍କର ପ୍ରିୟ ଶ୍ରାବଣ ମାସ ଚାଲିଛି । ଏହି ପବିତ୍ର ମାସରେ ଦେଶ ନୂଆ କିର୍ତ୍ତିମାନ ସ୍ଥାପନ କରିଛି। ତେବେ ଭାରତ ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ କକ୍ଷର ଡାର୍କ ଜୋନରେ ଲ୍ୟାଣ୍ଡ କରିଛି।"

ଏହା ମଧ୍ୟ ପଢ଼ନ୍ତୁ...BRICS Summit: ଆଜି ଦଣିକ୍ଷ ଆଫ୍ରିକା ଗସ୍ତ କଲେ ପ୍ରଧାନମନ୍ତ୍ରୀ

ସେ ଏହା ମଧ୍ୟ କହିଛନ୍ତି, "ଚନ୍ଦ୍ର ପୃଷ୍ଠରେ ତ୍ରିରଙ୍ଗା ଉଡାଇ ସାରା ବିଶ୍ବକୁ ଭାରତର ସାମର୍ଥ୍ୟ ବିସୟରେ ଅବଗତ କରାଇଛୁ। ଏଥିପାଇଁ ବିଶ୍ବର ପ୍ରତ୍ୟକ କୋଣ ଅନୁକୋଣରୁ ଶୁଭେଚ୍ଛାର ବାର୍ତ୍ତା ଆସୁଛି। ଏହାସହ ସୋସିଆଲ ମିଡ଼ିଆ ମଧ୍ୟମରେ ମଧ୍ୟ ଅଭିନନ୍ଦନର ବାର୍ତ୍ତା ଆସୁଛି । ତେବେ ଏହି ବଡ଼ ସଫଳତା ପରେ ଏହାକୁ ନେଇ ଉତ୍ସବ ପାଳନ କରାଯାଉଛି। ଏହାସହ ଆପଣମାନଙ୍କର ଚେହାରାରୁ ଜଣା ପଡ଼ୁଛି ଆପଣମାନେ ବିଶ୍ବର ଯେଉଁଠାରେ ମଧ୍ୟ ରୁହନ୍ତୁ, ଭାରତ ସର୍ବଦା ଆପଣଙ୍କ ହୃଦୟରେ ରହିବ। ଏହା ସହ ଚନ୍ଦ୍ରଯାନ-3ର ସଫଳତା ପାଇଁ ମୁଁ ପୁଣି ଥରେ ଅଭିନନ୍ଦନ ଜଣାଉଛି ।"

ତେବେ ଏହି କାର୍ଯ୍ୟକ୍ରମରେ ଯୁବ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ଦ୍ବାରା ପଞ୍ଜାବର ଲୋକ ନୃତ୍ୟ ଭାଙ୍ଗଡା ପରିବେଷଣ କରାଯାଇଥିଲା। ଏଥିରେ ଶହ ଶହ ପ୍ରବାସୀ ଭାରତୀୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ଭାରତୀୟ ସମ୍ପ୍ରଦାୟ ସଦସ୍ୟଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଭାରତର ଜାତୀୟ ସଂଗୀତ ଗାନ କରିଥିଲା। ଏହାସହ "ବନ୍ଦେ ମା ତରମ" ଓ "ଭାରତ ମାତା କି ଜୟ" ସ୍ଲୋଗାନ ଦେଇଥିଲେ।

ତେବେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହୋଇଥିବା 15 ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ଫେରିବା ପରେ ଆଥେନ୍ସରେ ପହଞ୍ଚିଥିଲେ। ଆଥେନ୍ସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରୀସ ବୈଦେଶିକ ମନ୍ତ୍ରୀ ସ୍ବାଗତ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details