ଓଡିଶା

odisha

ETV Bharat / international

Britain PM Race: ଚତୁର୍ଥ ରାଉଣ୍ଡରେ ବି ଆଗରେ ଋଷି ସୁନକ - ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଆଗରେ ଋଷି ସୁନକ

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଛି ରେସ୍ । ଚତୁର୍ଥ ରାଉଣ୍ଡରେ ବି ଆଗୁଆ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନାକ । ଅଧିକ ପଢନ୍ତୁ

Britain PM Race: ଚତୁର୍ଥ ରାଉଣ୍ଡରେ ବି ଆଗରେ ଋଷି ସୁନକ
Britain PM Race: ଚତୁର୍ଥ ରାଉଣ୍ଡରେ ବି ଆଗରେ ଋଷି ସୁନକ

By

Published : Jul 20, 2022, 9:15 AM IST

ଲଣ୍ଡନ:କିଏ ହେବ ପରବର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ? ବୋରିସ୍ ଜନସନଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଛି ରେସ୍ । ଏହି ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ବ୍ରିଟେନ ପ୍ରଧାନମନ୍ତ୍ରୀ ପଦର ନିକଟତର ହେଉଛନ୍ତି ଋଷି । ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଫଳାଫଳ ମଧ୍ୟ ତାଙ୍କ ସପକ୍ଷରେ ଯାଇଛି । ମୋଟ ୧୧୮ ଖଣ୍ଡ ଭୋଟ ସହ ସେ ଲିଡ୍‌ରେ ରହିଛନ୍ତି । ଏହାକୁ ବିଚାରକଲେ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ପଦରେ ବସିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ସେପଟେ ଋଷି ସୁନକଙ୍କୁ ଟକ୍କର ଦେଉଛନ୍ତି ପେନା ମୋର୍ଡଣ୍ଟ ଓ ଲିଜ ଟ୍ରସ । କମ୍ ଭୋଟି ପାଇଥିବା ଯୋଗୁଁ ବେଡନଚ୍ ଏହି ଦୌଡରୁ ବାଦ୍ ପଡିଛନ୍ତି ।

ବ୍ୟାପାର ମନ୍ତ୍ରୀ ପେନୀ ମୋର୍ଡଣ୍ଟଙ୍କୁ ୯୨ ଭୋଟ୍ ମିଳିଥିବାବେଳେ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କୁ ୮୬ ଖଣ୍ଡ ଭୋଟ ମିଳିଛି । ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଋଷି ଆଗରେ ରହିଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ କଞ୍ଜରଭେଟିବ୍‌ ପାର୍ଟର ନେତାମାନଙ୍କ ସମର୍ଥନରେ ସେ ଆଗୁଆ ଅଛନ୍ତି । ଶେଷକୁ ଦୁଇ ଜଣ ପ୍ରତିଦ୍ବନ୍ଦୀ ରହିବା ଯାଏଁ ଏହି ଭୋଟ ପ୍ରକ୍ରିୟା ଜାରି ରହିବ । ଶେଷ ରାଉଣ୍ଡରେ ଦୁଇ ଜଣଙ୍କ ମଧ୍ୟରେ ମୁକାବିଲା ହେବ । ଯିଏ ଅଧିକ ସମର୍ଥନ ପାଇବେ ତାଙ୍କୁ କଞ୍ଜରଭେଟିବ୍‌ ପାର୍ଟିର ନେତା ଭାବେ ନିଯୁକ୍ତି ମିଳିବ ଏବଂ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ବୁଧବାର ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି ।

ABOUT THE AUTHOR

...view details