ଲଣ୍ଡନ:ବୋରିସଜନସନଙ୍କ ଇସ୍ତଫା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ଜାରି ରହିଛି । ଶାସକ ଦଳ କଞ୍ଜରଭେଟିବ ପାର୍ଟିରେ ଏକାଧିକ ଆଶାୟୀ ସାଂସଦଙ୍କ ମଧ୍ୟରେ ପର୍ଯ୍ୟାୟ କ୍ରମେ ଭୋଟିଂ ଜାରି ରହିଛି । ଏହାରି ମଧ୍ୟରେ ଅନ୍ତିମ ରଉାଣ୍ଡରେ ପହଞ୍ଚିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଦୁଇ ଅନ୍ତିମ ପ୍ରତିଦ୍ବନ୍ଦୀ ଭାବେ ପର୍ଯ୍ୟାୟ ଋଷି ଓ ଲିଜ ଟ୍ରସଙ୍କ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି । ବିଜେତା ପ୍ରାର୍ଥୀ ହିଁ କଞ୍ଜରଭେଟିବ ଦଳର ନେତା ଓ ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ଆଜି ହୋଇଥିବା ଭୋଟିଂରେ 137 ଭୋଟ ସହ ଋଶି ଅନ୍ତିମ ପର୍ଯ୍ୟାୟକୁ ଉତୀର୍ଣ୍ଣ ହୋଇଛନ୍ତି । ପ୍ରାରମ୍ଭିକ ଭାବେ ଶାସକ ଦଳର 11ଜଣ ସାଂସଦ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିବା ସହ ପ୍ରତିଦ୍ବନ୍ଦିତାକୁ ଓହ୍ଲାଇଥିଲେ । ଏକାଧିକ ପର୍ଯ୍ୟାୟରେ ଦଳୀୟ ସଦସ୍ୟଙ୍କ ମଧ୍ୟରେ ଭୋଟିଂ ହୋଇଥିଲା । କିଛି ପ୍ରାର୍ଥୀ ସ୍ବଇଚ୍ଛାରେ ମଧ୍ୟ ନର୍ବାଚନରୁ ଓହରି ଯାଇଥିଲେ । ଏବେ ଅନ୍ତିମ ପର୍ଯ୍ୟାୟରେ ଭାରତୀୟ ବଂଶଦ୍ଭୋବ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳୁଛି ।
42 ବର୍ଷୀୟ ଋଷି ଭାରତୀୟ ବଂଶୋଦ୍ଭୋବ ହୋଇଥିବା ବେଳେ ବ୍ରିଟିଶ ରାଜନୀତିରେ ବେସ ସକ୍ରିୟ । ପୂର୍ବରୁ ମଧ୍ୟ ସେ ବ୍ରିଟିଶ ସଂସଦକୁ ଏକାଧିକ ଥର ସାଂସଦ ଭାବେ ନିର୍ବାଚିତ ହେବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ମଧ୍ୟ ରହି ସାରିଛନ୍ତି । ତାଙ୍କ ପରିବାର 1960 ମହିହାରେ ପୂର୍ବ-ଆଫ୍ରିକାରୁ ଇଂଲଣ୍ଡ ଚାଲିଯାଇ ସେଠାରେ ବସବାସ କରିଥିଲେ । ତେବେ ବୋରିଶ ଜନସନଙ୍କ ଇସ୍ତଫା ପରେ ପ୍ରଥମ ତାଲିକାରେ ଆଗ୍ରହୀ ପ୍ରାର୍ଥୀ ଭାବେ ଋଷିଙ୍କ ନାମ ଚର୍ଚ୍ଚାକୁ ଆସିଥିଲା ।