ଓଡିଶା

odisha

ETV Bharat / international

ସ୍ୱିଡେନରେ ହିଂସାକାଣ୍ଡ: ଆକ୍ରମଣରେ ୯ ପୋଲିିସ କର୍ମଚାରୀ ଆହତ - ସ୍ୱିଡେନରେ ହିଂସାକାଣ୍ଡ

ସ୍ୱିଡେନରେ ଭୟଙ୍କର ହିଂସାକାଣ୍ଡ । ଦକ୍ଷିଣପନ୍ଥୀ ସଙ୍ଗଠନ ଗୁଡିକ ପକ୍ଷରୁ କରାଯାଇଥିବା ହିଂସାକାଣ୍ଡରେ ମୁସଲିମ ଧର୍ମଗ୍ରନ୍ଥକୁ ପୋଡିବାକୁ ଉଦ୍ୟମ କରାଯାଇଥିବାବେଳେ ଶୁକ୍ରବାର ପୋଲିସ ଉପରକୁ ଭୟଙ୍କର ଆକ୍ରମଣ କରାଯାଇଛି । ଅଧିକ ପଢନ୍ତୁ

ସ୍ୱିଡେନରେ ହିଂସାକାଣ୍ଡ:  ଆକ୍ରମଣରେ ୯ଜଣ ପୋଲିିସ କର୍ମଚାରୀ ଆହତ
ସ୍ୱିଡେନରେ ହିଂସାକାଣ୍ଡ: ଆକ୍ରମଣରେ ୯ଜଣ ପୋଲିିସ କର୍ମଚାରୀ ଆହତ

By

Published : Apr 16, 2022, 3:46 PM IST

ଷ୍ଟକହୋମ:ସ୍ୱିଡେନରେ ଭୟଙ୍କର ହିଂସାକାଣ୍ଡ । ଦକ୍ଷିଣପନ୍ଥୀ ସଙ୍ଗଠନ ଗୁଡିକ ପକ୍ଷରୁ କରାଯାଇଥିବା ହିଂସାକାଣ୍ଡରେ ମୁସଲିମ ଧର୍ମଗ୍ରନ୍ଥକୁ ପୋଡିବାକୁ ଉଦ୍ୟମ କରାଯାଇଥିବାବେଳେ ଶୁକ୍ରବାର ପୋଲିସ ଉପରକୁ ଭୟଙ୍କର ଆକ୍ରମଣ କରାଯାଇଛି । ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ସମୟରେ ମୁସଲିମ ଧର୍ମଗ୍ରନ୍ଥକୁ ପୋଡିବାକୁ ଉଦ୍ୟମ କରାଯାଉଥିବାବେଳେ ଏହାକୁ ରୋକିବାକୁ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଥିଲା ।

ଫଳରେ ଏହି ଆକ୍ରମଣରେ ୯ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରମଣକାରୀମାନେ ଢେଲା ପଥରରେ ଆକ୍ରମଣ କରିଥିବା ନେଇ ଜଣେ ପୋଲିସ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଆକ୍ରମଣରେ ୨୦୦ରୁ ଅଧିକ ଲୋକ ସାମିଲ ଥିଲେ । ସ୍ୱିଡେନର ମୂଳ ଅଧିବାସୀ ତଥା ଡେନିସ ବାସିନ୍ଦାମାନେ ଏହି ଇସଲାମ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆକ୍ରମଣରେ ୩ ଜଣ ପୋଲିସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୁସଲିମ ଧର୍ମଗ୍ରନ୍ଥକୁ ଜାଳିବାକୁ ଯୋଜନା କରାଯାଇଥିବାବେଳେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଥିଲା । ଏହାକୁ ନେଇ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ମ୍ୟାଗଡାଲେନା ଆଣ୍ଡରସନ୍ ଏଭଳି ହିଂସାକୁ ନିନ୍ଦା କରିବା ସହ ସ୍ୱିଡେନରେ ସମସ୍ତଙ୍କୁ ନିଜର ମତ ପ୍ରକାଶ କରିବାର ଅଧିକାର ରହିଛି ବୋଲି କହିଛନ୍ତି । ତେଣୁ ହିଂସାକାଣ୍ଡର ପଥ ଚୟନ କ୍ଷତିକାରକ । ହାର୍ଡଲାଇନ୍ ଦକ୍ଷିଣପନ୍ଥୀ ନେତା ରାସମସ୍ ପଲୁଦାନ ଏପରି ହିଂସାକାଣ୍ଡ ହୋଇଛି । ରାସମସ୍ ଲୋକଙ୍କୁ ପରସ୍ପର ବିରୋଧରେ ଲଢାଇବାକୁ ଚାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆଣ୍ଡରସନ୍ । ଆଗରୁ ମଧ୍ୟ ଏପରି ଏକ ହିଂସାକାଣ୍ଡ ମାମଲାରେ ୨୦୨୦ ମସିହାରେ ଗିରଫ କରାଯାଇଥିଲା ।

ABOUT THE AUTHOR

...view details