ଲସ ଆଞ୍ଜେଲସ:ଭାରତୀୟ ସିନେମା ସହ ସଙ୍ଗୀତ ଦେଶ ବିଦେଶରେ ଅନେକ ପୁରସ୍କାରରେ ସମ୍ମାନିତ ହେଇଛି । ଗତ କିଛି ଦିନ ତଳେ ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତକୁ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ମିଳିଥିବା ବେଳେ ଏବେ ଆଲବମ ଗୀତକୁ ପୁଣି ମିଳିଛି ଗ୍ରାମୀ ଆଓ୍ବାର୍ଡ । ବେଙ୍ଗାଲୁରୁର ସଙ୍ଗୀତ ନିର୍ଦ୍ଦେଶକ ରିକି କେଜଙ୍କ ଆଲବମ ଡିଭାଇନ ଟାଇଡ ପାଇଁ ପୁଣି ଗ୍ରାମୀ ଆଓ୍ବାର୍ଡ ମିଳିଛି । ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।
ଏହି ଗ୍ରାମୀ ଆଓ୍ବାର୍ଡକୁ ବ୍ରିଟିସ ଡ୍ରମ ବାଦକ ଷ୍ଟେଓ୍ବାର୍ଟ କପଲାଣ୍ଡ ସହ ସେୟାର କରିଛନ୍ତି । ୬୫ତମ ଗ୍ରାମୀ ଆଓ୍ବାର୍ଡରେ ବେଷ୍ଟ ଇମର୍ସିଭ୍ ଅଡିଓ ଆଲବମ କ୍ୟାଟେଗୋରୀରେ ଏହି ଆଲବମକୁ ଗ୍ରାମୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହା ପୂର୍ବରୁ ୨୦୨୨ରେ ସମାନ ଆଲବମ ପାଇଁ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ରିକି କେଜ ଦ୍ବିତୀୟ ଗ୍ରାମୀ ଆଓ୍ବାର୍ଡ ପାଇଥିଲେ । ଏନେଇ ରିକି କେଜ ଟ୍ବିଟର ମାଧ୍ୟମରେ ସୂଚନା ଦେଇ ଖୁସି ବ୍ୟକ୍ତ କରିଛନ୍ତି । ଏହାସହ ସେ ଇନଷ୍ଟାଗ୍ରାମରେ ମଧ୍ୟ ଟ୍ରଫି ଧରି ଫଟୋ ସେୟାର କରିଛନ୍ତି ।
ସେ ଟ୍ବିଟ କରି କହିଛନ୍ତି, "ମୁଁ ତୃତୀୟ ଜର୍ମାନ ଆଓ୍ବାର୍ଡ ପାଇଛି । ମୁଁ ଆପଣଙ୍କ ନିକଟରେ କୃତଜ୍ଞ । ଏହି ଖୁସିକୁ ମୁଁ ବର୍ଣ୍ଣନା କରିପାରୁ ନାହିଁ । ମିଳିଥିବା ଏହି ଆଓ୍ବାର୍ଡକୁ ମୁଁ ଦେଶବାସୀଙ୍କୁ ଅର୍ପଣ କରୁଛି ।"