କଲମ୍ବୋ:ଅଶାନ୍ତି ତାୱାରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାରେ ଆଜି (ଗୁରୁବାର) ରାଷ୍ଟ୍ରପତି ଭାବ ଶପଥ ଗ୍ରହଣ କରିଛନ୍ତି ରାନିଲ ବିକ୍ରମସିଙ୍ଘେ । ପୂର୍ବତନ ରାଷ୍ଟ୍ରପତି ଗୋଟୋବାୟାଙ୍କ ବିଦେଶ ପଳାୟନ ପରେ କାମଚଳା ରାଷ୍ଟ୍ରପତି ଦାୟିତ୍ବରେ ଥିବା ବିକ୍ରମସିଙ୍ଘେ ଆଜି ଅଷ୍ଟମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ଜୟନ୍ତ ଜୟସୁରିୟା ଶପଥ ପାଠ କରାଇଛନ୍ତି ।ତ୍ରିକୋଣୀୟ ପ୍ରତିଦ୍ବନ୍ଦିତାରେ ବିକ୍ରମସିଙ୍ଘେ ସର୍ବାଧିକ ୧୩୪ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଥିଲେ । ବହୁ ବାଦ ବିବାଦ ଓ ରାଜନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ନୂଆ ରାଷ୍ଟ୍ରପତି ପାଇଛି ।
ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ - ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ
ଅଶାନ୍ତି ତାୱାରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାରେ ଆଜି (ଗୁରୁବାର) ରାଷ୍ଟ୍ରପତି ଭାବ ଶପଥ ଗ୍ରହଣ କରିଛନ୍ତି ରାନିଲ ବିକ୍ରମସିଙ୍ଘେ । ଅଧିକ ପଢନ୍ତୁ
ବୁଧବାର ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ବିକ୍ରମସିଙ୍ଘେଙ୍କ ସପକ୍ଷରେ ୧୩୪ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଦୁଲାସ ଅହ୍ଲାପେରୁମାଙ୍କୁ ୮୨ ଖଣ୍ଡ ଭୋଟ ମିଳିଥିଲା । ଶ୍ରୀଳଙ୍କା ସଂସଦଦରେ ୨୨୫ ସଦସ୍ୟ ମଧ୍ୟରୁ ୨୨୩ ଜଣ ଭୋଟ୍ ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ। ଏଥିରେ ୪ଟି ଭୋଟ ନାକଚ ହୋଇଥିବା ବେଳେ ମୋଟ ୨୧୯ଟି ଭୋଟ୍ ବୈଧ ହୋଇଥିଲା । ଏହାପୂର୍ବରୁ ସେ ୬ ଥର ଦେଶର ପ୍ରଧାନମନ୍ତ୍ରୀ ଥିଲେ ବିକ୍ରମସିଙ୍ଘେ । ଜାରି ରହିଥିବା ଅସ୍ଥିରତା ଓ ହିଂସା ମଧ୍ୟରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇବା ଓ ସ୍ଥିତିକୁ ସ୍ବାଭାବିକ କରିବା ବିକ୍ରମସିଙ୍ଘେଙ୍କ ପାଇଁ ବଡ ଆହ୍ବାନ ହେବାକୁ ଯାଉଛି ।