ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୋମବାର ଦିନ ଅତ୍ୟନ୍ତ ଶୋକାକୁଳ ପରିବେଶରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ମହାରାଣୀଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି(Queen Elizabeth II laid to rest) । ଲଣ୍ଡନସ୍ଥିତ ୱିଣ୍ଡସର କ୍ୟାସେଲରେ( Windsor Castle) ରାଣୀ ଏଲିଜାବେଥଙ୍କୁ ତାଙ୍କର ସ୍ବାମୀ ପ୍ରିନ୍ସ ଫିଲିପ(Prince Philip)ଙ୍କ କବରସ୍ଥଳ ନିକଟରେ କବର ଦିଆଯାଇଛି । ଏହି ସମୟରେ ବ୍ରିଟେନ ରାଜପରିବାର ସଦସ୍ୟଙ୍କ ସମେତ ବିଶ୍ବର ଶତାଧିକ ରାଷ୍ଟ୍ରରୁ ଆସିଥିବା ବିଶ୍ବନେତାମାନେ ଉପସ୍ଥିତ ରହିଥିଲେ ।
ମହାରାଣୀଙ୍କ ମରଶରୀର ୱେଷ୍ଟମିନିଷ୍ଟର ଆବେରୁ ୱିଣ୍ଡସର କ୍ୟାସେଲକୁ ନିଆଯାଉଥିବା ସମୟରେ ହଜାର ହଜାର ଲୋକେ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । ଭାରତରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନାଁରେ ବ୍ରିଟେନରେ ସର୍ବାଧିକ କାଳ କରିଥିବାର ରେକର୍ଡ ରହିଛି ଗତ ସେପ୍ଟେମ୍ବର 8 ତାରିଖରେ ରାଣୀ ଏଲିଜାବେଥଙ୍କର ପରଲୋକ ହୋଇଥିଲା । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ 96 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ ।