ଓଡିଶା

odisha

ETV Bharat / international

ଆଉ ନାହାନ୍ତି ବ୍ରିଟେନର ରାଣୀ ଏଲିଜାବେଥ - ରାଣୀ ଏଲିଜାବେଥ ଦ୍ବିତୀୟ

ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କର 96 ବର୍ଷ ବୟସରେ ପରଲୋକ ହୋଇଛି । ଅଧିକ ପଢନ୍ତୁ

ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ
ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ

By

Published : Sep 9, 2022, 6:49 AM IST

Updated : Sep 9, 2022, 7:41 AM IST

ଲଣ୍ଡନ:7 ଦଶନ୍ଧି ରାଜତ୍ବର ଅନ୍ତ । ଆଉ ନାହାନ୍ତି ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟ (Queen Elizabeth II dies aged 96 ) । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ 96 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଣୀ ଏଲିଜାବେଥ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଛି । ଗତବର୍ଷ ଅକ୍ଟୋବରରୁ ସେ ଅସୁସ୍ଥ ଥିଲେ । ଗୁରୁବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା । ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ତାଙ୍କର ଚିକିତ୍ସା ଜାରି ରହିଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ମହାରାଣୀଙ୍କ ମହାପ୍ରୟାଣରେ ଦଶ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ(Official mourning) । ବ୍ରିଟେନର ଏକ ଯୁଗର ଅବସାନ ହୋଇଛି ।

ରାଣୀ ଏଲିଜାବେଥ ସ୍କଟଲାଣ୍ଡରେ ରହୁଥିଲେ । ଆଜି (ଶୁକ୍ରବାର) ରାଣୀଙ୍କ ମରଶରୀରକୁ ଲଣ୍ଡନ ଅଣାଯିବ । ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ବସିଥିଲେ । ରାଣୀଙ୍କ ବିୟୋଗ ପରେ ତାଙ୍କ 73 ବର୍ଷୀୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନର ନୂଆ ରାଜା ହୋଇଛନ୍ତି । ଦୁଇ ଦିନ ତଳେ ବ୍ରିଟେନର ନବନିଯୁକ୍ତ 15 ତମ ପ୍ରଧାନମନ୍ତ୍ରୀ ଲିଜ ଟ୍ରିସଙ୍କୁ ନିଯୁକ୍ତି ଦେଇଥିଲେ ରାଣୀ ଏଲିଜାବେଥ ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା ।

ରାଣୀ ଏଲିଜାବେଥ ଦ୍ବିତୀୟ 1926 ଏପ୍ରିଲ 21ରେ ଲଣ୍ଡନର ବ୍ରୁଟନ ଷ୍ଟ୍ରିଟରେ ଜନ୍ମଗ୍ରହଣ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ପରେ 1947 ନଭେମ୍ବର 20ରେ ନୌସେନା ଅଧିକାରୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ସହିତ ତାଙ୍କର ବିବାହ ହୋଇଥିଲା । 1944ରେ ଫିଲିପଙ୍କ ପ୍ରେମରେ ପଡିଥିଲେ ରାଣୀ । ପ୍ରିନ୍ସ ଚାର୍ଲସଙ୍କୁ ମିଶାଇ ରାଣୀଙ୍କର 4 ସନ୍ତାନ ପ୍ରିନ୍ସ ଆଣ୍ଡ୍ରୁ (62), ପ୍ରିନ୍ସ ଏଡୱାର୍ଡ (58) ପ୍ରିନ୍ସ ଆନି। 2021ରେ ସ୍ବାମୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ବିୟୋଗ ହୋଇଥିଲା। 1952 ମସିହାରେ ପିତା ଜର୍ଜଙ୍କ ଦେହାନ୍ତ ପରେ 25 ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ ।

ଭାରତ ସହ ରାଣୀଙ୍କ ସମ୍ପର୍କ...

ଭାରତ ସହ ରାଣୀଙ୍କର ସୁସମ୍ପର୍କ ରହିଥିଲା । ତାଙ୍କ ଜୀବନକାଳ ମଧ୍ୟରେ ସେ 3 ଥର ଭାରତ ଗସ୍ତରେ ଆସିଥିଲେ। 1961, 1983 ଓ 1997ରେ ଅତିଥି ଭାବେ ଭାରତ ଆସିଥିଲେ । 1961ରେ ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେବାକୁ ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଆମନ୍ତ୍ରଣରେ ଭାରତ ଆସିଥିଲେ । ଦ୍ବିତୀୟ ଥର ପାଇଁ 1983ରେ ରାଣୀ ଭାରତ ଆସିଥିଲେ । ତାଙ୍କ ସହ ତାଙ୍କ ସ୍ବାମୀ ଫିଲିପ ମଧ୍ୟ ଆସିଥିଲେ । ସେ ସମୟରେ ରାଣୀଙ୍କୁ ମଦର ଟେରେସା ସମ୍ମାନରେ ସମ୍ମାନିତ କରାଯାଇଥିଲା । 1997ରେ ତୃତୀୟ ଥର ତଥା ଶେଷ ଥର ପାଇଁ ଭାରତ ଆସିଥିଲେ । ସ୍ବାଧୀନତାର 50 ବର୍ଷ ପୂର୍ତ୍ତୀ ପାଳନ ଅବସରରେ ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି ଗସ୍ତ ସମୟରେ ରାଣୀ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ । ତାଜମହଲ ମଧ୍ୟ ବୁଲିଥିଲେ ରାଣୀ।

ଏହା ବି ପଢନ୍ତୁ...LAC ରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ

ରାଣୀଙ୍କ ଦେହାନ୍ତରେ ଲଣ୍ଡନର ବଙ୍କିହାମ ପ୍ୟାଲେସରେ ଗାର୍ଡ ପରିବର୍ତ୍ତନ ପରମ୍ପରାକୁ ବନ୍ଦ କରି ଦିଆଯାଇଛି । ରାଣୀଙ୍କ ବିୟୋଗରେ ସମଗ୍ର ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ବିଶ୍ବର ବହୁ ନେତା ଶୋକ ପ୍ରକାଶ କରିଛନ୍ତି ।

Last Updated : Sep 9, 2022, 7:41 AM IST

ABOUT THE AUTHOR

...view details