ନୂଆଦିଲ୍ଲୀ:ଆକ୍ସନ ମୋଡରେ ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍ । କାର୍ଯ୍ୟକାଳର ପ୍ରଥମ ଦିନରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶେହୱାଜ । ପାକିସ୍ତାନର ସବୁ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସାପ୍ତାହିକ ଅବକାଶ ମିଳିବା ନେଇ ସେ ଆଜି ଘୋଷଣା କରିଛନ୍ତି ।
ସେହିପରି ସରକାରୀ କାର୍ଯ୍ୟାଳୟ ଖୋଲିବା ଓ କର୍ମଚାରୀଙ୍କ କାମ କରିବା ସମୟକୁ ୮ ଘଣ୍ଟାରୁ ୧୦ ଘଣ୍ଟା କରିଥିବା ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ପୂର୍ବରୁ ସରକାରୀ କର୍ମଚାରୀଙ୍କ ସପ୍ତାହକୁ ୨ ଦିନ ଛୁଟି ମିଳୁଥିବା ବେଳେ ଏବେ ସପ୍ତାହକୁ ଗୋଟିଏ ଦିନ ଛୁଟି ମିଳିବା ନେଇ ପ୍ରଧାନମନ୍ତ୍ରୀ ସରିଫ୍ କହିଛନ୍ତି । ଏଥିସହ ସରକାରୀ କାର୍ଯ୍ୟାଳୟ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ସେ ଘୋଷଣା କରିଛନ୍ତି ।