ୱାଶିଂଟନ: ୟୁକ୍ରେନ-ଋଷିଆ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ବିଶ୍ବନେତାଙ୍କ ପ୍ରଶଂସା । ଜାତିସଂଘରେ ମୋଦିଙ୍କୁ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ(France President Emmanuel Macron) । ''ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ଶାନ୍ତି ପଥରେ ପ୍ରଗତି ହାସଲ କରିବାର ସମୟ ଆସିଛି ।'' ଉଜବେକିସ୍ତାନ ସମରକନ୍ଦରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଋଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏହି ପରାମର୍ଶ ଦେଇଥିଲେ । ମଙ୍ଗଳବାର ଜାତିସଂଘର ସାଧାରଣ ପରିଷଦର ୭୭ତମ ଅଧିବେଶରେ ମାକ୍ରୋନ ମୋଦିଙ୍କୁ ମନ୍ତବ୍ୟକୁ ଯଥାର୍ଥ ବୋଲି କହିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଗତ ୧୬ ତାରିଖରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ଦ୍ବିପାକ୍ଷିକ ବୈଠକ ସମୟରେ କହିଥିଲେ ଯେ, ''ଏହା ପାଶ୍ଚାତ୍ୟ ରାଷ୍ଟ୍ର ଉପରେ ପ୍ରତିଶୋଧ ନେବାର ସମୟ ନୁହେଁ କି, ପୂର୍ବକୁ ପାଶ୍ଚାତ୍ୟ ବିରୋଧ କରିବାର ନୁହେଁ । ବିଶ୍ବ ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ସାମୁହିକ ଭାବେ ସାମ୍ନା କରିବାର ଏହା ସମୟ ।'' ଭାରତ-ଋଷିଆ ଦ୍ବିପାକ୍ଷିକ ସମ୍ପର୍କରେ ଏବଂ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଅନେକ ଥର ଫୋନରେ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଥିବାର ମଧ୍ୟ ମଧ୍ୟ ମୋଦି କହିଥିଲେ ।