ଓଡିଶା

odisha

ETV Bharat / international

ଆଜିଠୁ ଆମେରିକା ଓ ଇଜିପ୍ଟ ଗସ୍ତରେ ଯିବେ ମୋଦି - ଆଜିଠୁ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଆଜିଠୁ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସରେ ସାମିଲ ହେବେ। ଅଧିକ ପଢନ୍ତୁ

PM Modi US Visit
PM Modi US Visit

By

Published : Jun 20, 2023, 7:48 AM IST

ନୂଆଦିଲ୍ଲୀ:ଆଜିଠୁ ପାଞ୍ଚ ଦିନିଆ ଆମେରିକା ଓ ଇଜିପ୍ଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ଭାରତୀୟ ସମୟ 1ଟା 30ରେ ଓ୍ବାଶିଂଟନର ଆଣ୍ଡ୍ରିୟୁସ ବାୟୁସେନା ବେସରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ । ଯେଉଁଠାରେ ତାଙ୍କୁ ଭାରତୀୟ ବଂଶଦ୍ଭ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି ।

ଯୋଗ ଦିବସର ନେତୃତ୍ବ ନେବେ ମୋଦି: ଆସନ୍ତାକାଲି(ବୁଧବାର) ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ବ ନେବେ ମୋଦି। ଏହି କାର୍ଯ୍ୟକ୍ରମରେ 180 ରୁ ଅଧିକ ଦେଶର ନାଗରିକ ଅଂଶଗ୍ରହଣ କରିବେ । ବିଭିନ୍ନ ଦେଶର କୂଟନୀତିଜ୍ଞ, ନେତା, କଳାକାର, ସାଂସ୍କୃତିକ ଆଇକନ୍, ଏକାଡେମିକ୍ ଏବଂ ଉଦ୍ୟୋଗୀ ପରି ବିଶିଷ୍ଟ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିବେ ।

ଜୁନ 22ରେ ମୋଦି ବାଇଡେନ ସାକ୍ଷାତ: ନ୍ୟୁୟର୍କରେ ଯୋଗ ଦିବସ କାର୍ଯ୍ୟକ୍ରମ ପରେ ୱାଶିଂଟନ୍ ଡିସି ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ଜୁନ୍ 22ରେ ହ୍ବାଇଟ୍‌ ହାଉସରେ ପହଞ୍ଚି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ସାକ୍ଷାତ କରିବା ସହ ଆୟୋଜିତ ନୈଶ୍ୟଭୋଜିରେ ଅଂଶଗ୍ରହଣ କରିବେ । ଏଠାରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ ।

ଏହା ମଧ୍ୟ ପଢନ୍ତୁ-ମୋଦିଙ୍କ କାର୍ଯ୍ୟକାଳରେ ଆମେରିକା ଦେଖିଲାଣି 3 ରାଷ୍ଟ୍ରପତି, ସମସ୍ତଙ୍କ ସହ ବନ୍ଧୁତା ଘନିଷ୍ଠ

ସେହିଦିନ ପ୍ରଧାନମନ୍ତ୍ରୀ ମୋଦି ଆମେରିକା କଂଗ୍ରେସର ସଂଯୁକ୍ତ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଦ୍ବିତୀୟ ଥର ପାଇଁ ଆମେରିକା କଂଗ୍ରେସର ମିଳିତ ଅଧିବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ପରେ ପରେ ଅଗ୍ରଣୀ କମ୍ପାନୀଙ୍କର ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏଥିସହ ପ୍ରବାସୀ ଭାରତୀୟ ସମୁଦାୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା 23 ତାରିଖରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ପ୍ରଧାନମନ୍ତ୍ର ମଧ୍ୟାହ୍ନ ଭୋଜନ କରିପାରନ୍ତି । ଆସନ୍ତା 24 ଓ 25 ତାରିଖରେ ଇଜିପ୍ଟ ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ । ସେଠାରୁ କାଇରୋ ଯାତ୍ରା କରିବେ ।

ଏହା ମଧ୍ୟ ପଢନ୍ତୁ-Yoga Day Event at UN: ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି, ଅଂଶଗ୍ରହଣ କରିବେ 180 ଦେଶର ନାଗରିକ

ଗତ ଜୁନ୍13 ତାରିଖରେ ଭାରତ ଆସିଥିବା ଆମେରିକା ଜାତୀୟ ପରାମର୍ଶଦାତା ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ବାଇଡେନ ବେଶ ଖୁସିଥିବା ସେ ମୋଦିଙ୍କୁ କହିଥିଲେ । ଭବ୍ୟ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଦେବା ସହ ଏହି ଗସ୍ତ ଓ ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଦୁଇ ଦେଶର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ।

ABOUT THE AUTHOR

...view details