କୋପେନହେଗେନ: 3 ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ଦିନରେ ଡେନମାର୍କ ଗସ୍ତ କରିଥିଲେ ମୋଦି । ମଙ୍ଗଳବାର ଡେନମାର୍କର ରାଣୀ ମାର୍ଗ୍ରେଥ ଦ୍ବିତୀୟଙ୍କୁ ତାଙ୍କ ପ୍ୟାଲେସରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ମାର୍ଗ୍ରେଥଙ୍କ ଶାସନର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ସୁବ୍ରତ ବାଗଚୀ ।
ଏହା ବି ପଢନ୍ତୁ...ଆଜି India-Nordic ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
82 ବର୍ଷୀୟ ରାଣୀ 1972 ମସିହାରୁ ଡେନମାର୍କର ରାଜତନ୍ତ୍ର ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଏପ୍ରିଲ୍ 27 ରେ ରାଜପ୍ରସାଦ କଙ୍ଗେହୁସେଟରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଥିଲା କହିଛି ଯେ ରାଣୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଏବଂ ଆମାଲିଏନବର୍ଗର ରାତ୍ରୀଭୋଜନ କରିବେ । ଦୀର୍ଘ 20 ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଡେନମାର୍କ ଗସ୍ତ କରିଥିବା ରୟାଲ ହାଉସ ପକ୍ଷରୁ କୁହାଯାଇଛି ।
ପ୍ରକାଶ ଥାଉ କି, 3 ଦିନିଆ ବିଦେଶ ଗସ୍ତରେ ପ୍ରଥମେ ଜର୍ମାନର ବର୍ଲିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗତକାଲି ଡେନମାର୍କ ଗସ୍ତ କରି ଭାରତ-ଡେନମାର୍କ ବିଜନେସ ଫୋରମରେ ସାମିଲ ହୋଇଥିଲେ । ଆଜି ଫ୍ରାନ୍ସ ଗସ୍ତ କରିବେ ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ