ଟୋକିଓ:ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କୋରୋନାରେ ସଂକ୍ରମିତ ହୋଇଛନ୍ତି(Japan PM Fumio Kishida tested Covid positive) । ଏନେଇ ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ଆଜି(ରବିବାର) ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେ ଦୀର୍ଘ ଦିନ ଧରି ଛୁଟିରେ ରହିଥିବା ବେଳେ ଆସନ୍ତାକାଲି(ସୋମବାର) ସେ କାର୍ଯ୍ୟରେ ଯୋଗଦାନ କରିବାକୁ ଯାଉଥିଲେ ।
ସୂଚନାଅନୁସାରେ, ଫୁମିଓ କିଶିଦା ଶନିବାର ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହେବାପରେ ରବିବାର PCR ଟେଷ୍ଟ କରାଇଥିଲେ । ଆଜି ଅପରାହ୍ନରେ ରିପୋର୍ଟ ପଜିଟିଭ ଆସିଥିବା ନେଇ କ୍ୟାବିନେଟ ମୁଖପାତ୍ର ସୂଚନା ଦେଇଛନ୍ତି ।