ୱାଶିଂଟନ: ହ୍ବାଉଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତ୍ରଭୋଜନ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡି (ପ୍ରଥମ ମହିଳା) ଜିଲ ବାଇଡେନଙ୍କ ସହ ହ୍ବାଇଟ ହ୍ବାଉସରେ ଡିନର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ବାଉଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଷ୍ଟେଟ ଡିନରର ଆୟୋଜନ କରିଥିଲା ଆମେରିକା । ନୈଶ୍ୟ ରାତ୍ରଭୋଜନର ଆୟୋଜନ ପାଇଁ ଜୋ ବାଇଡେନ ଓ ଜିଲ ବାଇଡେନଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାତ୍ରଭୋଜନ ସହ ଦୁଇ ଦେଶର ବନ୍ଧୁତ୍ବର ଉତ୍ସବ ପାଳନ କରିଛନ୍ତି ଦୁଇ ରାଷ୍ଟ୍ରମୁଖ୍ୟ ।
ହ୍ବାଉଟ ହାଉସରେ ରାତ୍ରଭୋଜନରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, '' ଏହି ନୈଶ ରାତ୍ରଭୋଜନ ଆୟୋଜନ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହୃଦୟରୁ ଧନ୍ୟବାଦ । ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ । ମୋ ଯାତ୍ରାକୁ ସଫଳ କରିବାକୁ ସେ ବ୍ୟକ୍ତିଗତ ଗୁରୁତ୍ବ ଦେଇଛନ୍ତି । ଆଜିର ଏହି ଭବ୍ୟ ଆୟୋଜନ ପାଇଁ ତାଙ୍କୁ ବହୁତ ଧନ୍ୟବାଦ । ଗତକାଲି ମୋ ପାଇଁ ତୁମ ଘରର ଦ୍ବାର ଖୋଲିଥିଲ ଏହି ସ୍ବତନ୍ତ୍ର ଚର୍ଚ୍ଚା ଆଦର ସତ୍କାର ପାଇଁ କୃତଜ୍ଞ । ଦୁଇ ଦେଶର ଉପସ୍ଥିତ ମହାନ ବ୍ୟକ୍ତି ବିଶେଷ ଆଜିର ସନ୍ଧ୍ୟାକୁ ଅଧିକ ସୁନ୍ଦର କରିଛନ୍ତି । ପ୍ରବାସୀ ଭାରତୀୟ ଆମେରିକାରେ ଅର୍ଥବ୍ୟବସ୍ଥାକୁ ଅଧିକ ମଜବୁତ କରିଛନ୍ତି । ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଲୋକତନ୍ତ୍ର ଓ ବିବିଧତାର ମୂଲ୍ୟକୁ ସାକାର କରୁଥିବା ଏହି ଲୋକ ଆମର ପ୍ରକୃତ ପୁଞ୍ଜି । ସମୟ ଯେତେ ଆଗକୁ ବଢୁଛି ଦୁଇ ଦେଶ ପରସ୍ପରକୁ ଅଧିକ ଜାଣିବାକୁ ପାଉଛି । ଭାରତରେ ଶିଶୁ ହାଲେୱିନ ଓ ସ୍ପାଇଡରମ୍ୟାନ ବନୁଛନ୍ତି ଓ ଆମେରିକା ଯୁବଗୋଷ୍ଠୀ ନାଟୁନାଟୁରେ ନୃତ୍ୟ କରୁଛନ୍ତି ।''