ଓଡିଶା

odisha

By

Published : Jun 28, 2022, 1:16 PM IST

ETV Bharat / international

ଜର୍ମାନୀରେ G7 ସମ୍ମିଳନୀରେ ଯୋଗ ଦେବାପରେ UAE ଅଭିମୁଖେ ପ୍ରଧାନମନ୍ତ୍ରୀ

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ 26 ଓ 27 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

UAE ଅଭିମୁଖେ ପ୍ରଧାନମନ୍ତ୍ରୀ
UAE ଅଭିମୁଖେ ପ୍ରଧାନମନ୍ତ୍ରୀ

ବର୍ଲିନ:ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi leaves for UAE) । ଗତ 26 ଓ 27 ତାରିଖରେ G7 ଶିଖର ସମ୍ମିଳନୀରେ(G7 Summit) ଯୋଗ ଦେବା ପରେ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିଲ ଜାୟେଦ ଅଲ ନାହ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ପ୍ରଧାନମନ୍ତ୍ରୀ । ଏହାବାଦ ପ୍ରଧାନମନ୍ତ୍ରୀ ୟୁଏଇର ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବେ । ଏହା ପରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ ପ୍ରଧାନମନ୍ତ୍ରୀ। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ମିଳିିଛି ।

ୟୁଏଇରେ ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବି ଶାସକ ଶେଖ ଖଲିଫା ବିଲ ଜାୟେଦ ଅଲ ନାହ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ପ୍ରଧାନମନ୍ତ୍ରୀ । ଏହାବାଦ ପ୍ରଧାନମନ୍ତ୍ରୀ ୟୁଏଇର ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବେ । 2004 ମସିହାରୁ କାର୍ଯ୍ୟ କରୁଥିବା ଜାଏଦ ଅଲ ନାହ୍ୟାଙ୍କ ମଇ 13ରେ 73 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଥିଲେ । ତାଙ୍କୁ ଜଣେ ମହାନ ରାଜନେତା ତଥା ଦୂରଦୃଷ୍ଟିସମ୍ପନ୍ନ ନେତା ବୋଲି କହିଥିଲେ ।

ଜି-୭ ଶିଖର ସମ୍ମିଳନୀରେ ଅନେକ ବିଶ୍ୱ ନେତାଙ୍କ ସହ ଯୋଗାଯୋଗ କରିଥିଲେ ମୋଦି । ବିଶ୍ବର ସୁସ୍ଥତା ଏବଂ ସମୃଦ୍ଧତାକୁ ଆଗକୁ ବଢାଇବା ପାଇଁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗସ୍ତରେ ସୁବ୍ୟବସ୍ଥା ପାଇଁ ଜର୍ମାନୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି "ମୁଁ ନିଶ୍ଚିତ ଯେ ଭାରତ-ଜର୍ମାନୀ ବନ୍ଧୁତା ଭବିଷ୍ୟତରେ ସଫଳତାର ଶିଖର ଛୁଇଁବ ।"

ସୋମବାର ଏକ G7 ଶିଖର ସମ୍ମିଳନୀର ଦ୍ବିତୀୟ ଦିନରେ ସବୁଜ ଅଭିବୃଦ୍ଧି, ସ୍ୱଚ୍ଛ ଶକ୍ତି ଉପରେ ପରିବେଶ ପାଇଁ ଜୀବନଶୈଳୀ ଉପରେ ଆଲୋଚନା କରିଥିଲେ । ପରିବେଶ ଅନୁକୂଳ ଜୀବନଶୈଳୀ ପାଇଁ ଅଭିଯାନ ଦରକାର । ପରିବେଶ ସୁରକ୍ଷା ପାଇଁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଥିବା ଲୋକଙ୍କୁ 'ଟ୍ରିପଲ ପି' କୁହାଯିବ ବୋଲି କହିଥିଲେ । ଜର୍ମାନୀ ଇଣ୍ଡୋନେସିଆ ସହ ଦ୍ବିପାକ୍ଷିକ ଆଲୋଚନା କରିିଥିଲେ । ଏହା ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ମଧ୍ୟ ଭେଟିଥିଲେ ।

ABOUT THE AUTHOR

...view details