ଓଡିଶା

odisha

ETV Bharat / international

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାପୁଆ ନ୍ୟୁଗିନି ସର୍ବୋଚ୍ଚ ନାଗରିକ ସମ୍ମାନ - ମୋଦିଙ୍କୁ ପାପୁଆ ନ୍ୟୁଗିନି ସର୍ବୋଚ୍ଚ ନାଗରିକ ସମ୍ମାନ

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପାପୁଆ ନ୍ୟୁଗିନି ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ପାପୁଆ ନ୍ୟୁଗିନି ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

papua new guineas highest civilian award to modi
ମୋଦିଙ୍କୁ ପାପୁଆ ନ୍ୟୁଗିନି ସର୍ବୋଚ୍ଚ ନାଗରିକ ସମ୍ମାନ

By

Published : May 22, 2023, 2:13 PM IST

ପୋର୍ଟ ମୋରେସବି: ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରବିଚ୍ଛନ୍ନ କାର୍ଯ୍ୟକୁ ପ୍ରଶଂସା ମିଳିଛି । ଭାରତର ଜଣେ ଦକ୍ଷ ଓ ପ୍ରଭାବଶାଳୀ ନେତା ଭାବେ ବିଶ୍ବ ଦରବାରରେ ଏକ ପରିଚୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶଠୁ ନେଇ ବିଶ୍ବରେ ପ୍ରଧାନମନ୍ତ୍ରୀଙ୍କ ଦବଦବା ଦେଖିବାକୁ ମିଳିଛି । ଏ ନେଇ ତାଙ୍କୁ ଅନେକ ଦେଶ ସମ୍ମାନରେ ସମ୍ମାନିତ କରି ସାରିଛନ୍ତି । ଏବେ ଏହି ତାଲିକା ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁପୁଆ ନ୍ୟୁଗିନି ଓ ଫିଜି ଦେଶ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି ।

ଏହା ବି ପଢନ୍ତୁ...FIPIC Summit: ଭାରତ ତୁମ ବିକାଶ ଭାଗିଦାରୀ ହୋଇଥିବାରୁ ଗର୍ବିତ କହିଲେ ପ୍ରଧାନମନ୍ତ୍ରୀ

ଫିଜି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ "ସାଥୀ ଅଫ୍ ଦି ଅର୍ଡର ଅଫ ଫିଜି''ରେ ସମ୍ମାନିତ କରାଯାଇଥିବାବେଳେ ଆୟୋଜକ ଦେଶ ପପୁଆ ନ୍ୟୁଗିନି ସର୍ବୋଚ୍ଚ ନାଗରିକ ସମ୍ମାନ "The Grand Companion of the Order of Logohu'' ପ୍ରଦାନ କରିଛି । ପପୁଆ ନ୍ୟୁଗିନି ଗଭର୍ଣ୍ଣର ଜେନେରାଲ ସାର ବୋବ ଦାଦାଦି ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିପରି ଫିଜି ଦେଶ ପ୍ରଧାନମନ୍ତ୍ରୀ ଷ୍ଟିଟିଭେନି ରିବୁକା ମୋଦିଙ୍କୁ ସାଥୀ ଅଫ୍ ଦି ଅର୍ଡର ଅଫ ଫିଜି''ରେ ସମ୍ମାନିତ କରିଛନ୍ତି ।

ଏହା ବି ପଢନ୍ତୁ...ସ୍ବାଗତ ବେଳେ ମୋଦିଙ୍କ ପାଦ ଛୁଇଁଲେ ପାପୁଓ ନ୍ୟୁ-ଗିନି ପ୍ରଧାନମନ୍ତ୍ରୀ

ମେ 19 ତାରିଖରୁ 6 ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ପ୍ରଥମେ ଜାପାନ ଗସ୍ତ କରିଥିଲେ । ଜାପାନର ଟୋକିଓରେ ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ଗତକାଲି(ରବିବାର) ପପୁଆ ନ୍ୟୁଗିନି ଗସ୍ତ କରିଥିଲେ । ଏହା ପରେ ତୃତୀୟ ଫୋରମ ଫର୍‌ ଇଣ୍ଡିଆ ପାସିଫିକ ଆଇଲାଣ୍ଡ କୋଅପରେସନ(ଏଫଆଇପିଆଇସି) ସମିଟରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ତୃତୀୟ ଭାରତ ପ୍ରଶାନ୍ତ ସମୂହ ସହଯୋଗ ଶିଖର ସମ୍ମିଳନୀକୁ ସମ୍ଭୋଧନ କରିଥିଲେ । ବୈଠକରେ ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ଗରିବୀ ଏବଂ ସ୍ବାସ୍ଥ୍ୟ ସମସ୍ୟା ନେଇ ଉପୁଜୁଥିବା ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରିଥିଲେ । ଏହା ସହିତ ତୈଳ,ସାର ଓ ଫାର୍ମା ଆଦି ରପ୍ତାନୀ ଓ ଆମଦାନୀରେ ସୃଷ୍ଟି ହେଉଥିବା ସମସ୍ୟା ବିଷୟରେ ତଥ୍ୟ ରଖିଥିଲେ ପିଏମମ ମୋଦି । ଆସନ୍ତାକାଲି(ମଙ୍ଗଳବାର) ଅଷ୍ଟ୍ରେଲିଆ ଗସ୍ତ କରିବେ । ସେଠାରେ ଭାରତୀୟ ବଂଶୋଦ୍ଭୋବଙ୍କୁ ସମ୍ଭୋଧନ କରିବେ । ମେ' 24ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କୁ ଭେଟିବେ । ଏହା ପରେ ମେ 25ରେ ନୂଆଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

...view details