ଓଡିଶା

odisha

ETV Bharat / international

PM Modi In France: ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନରେ ପ୍ରଧାନମନ୍ତ୍ରୀ ସମ୍ମାନିତ, ପୂର୍ବରୁ ମିଳିସାରିଛି ଏସବୁ ଆୱାର୍ଡ - ମୋଦିଙ୍କୁ ମିଳିଥିଲା ସମ୍ମାନ ତାଲିକା

ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ରାଷ୍ଟ୍ରପତି ମୋଦିଙ୍କୁ ଗ୍ରାଣ୍ଡ କ୍ରସ ଲେଗିନ ସମ୍ମାନରେ ସମ୍ମାନିତ କରିଛନ୍ତି । ନଜର ପକାନ୍ତୁ ପୂର୍ବରୁ କେଉଁ ରାଷ୍ଟ୍ରରୁ କେଉଁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

PM Modi In France
PM Modi In France

By

Published : Jul 14, 2023, 11:14 AM IST

Updated : Jul 14, 2023, 11:20 AM IST

ନୂଆଦିଲ୍ଲୀ: ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ପୂର୍ବରୁ ବିଭିନ୍ନ ରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଏହି ତାଲିକାରେ ଏବେ ଯୋଡି ହୋଇଯାଇଛି ଫ୍ରାନ୍ସ । ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ସର୍ବୋଚ୍ଚ ଗ୍ରାଣ୍ଡ କ୍ରସ ଲେଗିନ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ଗ୍ରହଣ କରିବାରେ ନରେନ୍ଦ୍ର ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ।

କହିରଖୁଛୁ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ଏହି ସମ୍ମାନରେ ବିଦେଶର ଅନେକ ପ୍ରମୁଖ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ସମ୍ମାନିତ ହୋଇଛନ୍ତି । ସେମାନେ ହେଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ବ୍ଲିସର ତତ୍କାଳନ ରାଜକୁମାର କିଙ୍ଗ ଚାଲର୍ସ, ଜର୍ମାନୀର ପୂର୍ବତନ ଚାନ୍ସଲର ଏଞ୍ଜେଲା ମର୍କଲ, ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ମହାସଚିବ ବୁଟ୍ରୋସ ଘାଲି । ଏହା ସହ ଅନେକ ନେତା ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସୂଚନା ଥାଉକି, ନିକଟରେ ଇଜିପ୍ଟ ଗସ୍ତ ବେଳେ ସେଠାରେ ସର୍ବୋଚ୍ଚ ଅର୍ଡର ଅଫ୍ ଦି ନାଇଲ୍ ସମ୍ମାନରେ ସମ୍ମାନିତ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ୍-ସିସିଙ୍କ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ । ରାଷ୍ଟ୍ରପତି ଭବନରେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସେହିପରି ପାପୁଆ ନ୍ୟୁଗିନି ଗସ୍ତ ବେଳେ ସେଠାରେ ‘The Grand Companion of the Order of Logohu’ ସମ୍ମାନରେ ସମ୍ମାନିତ ହୋଇଥିଲେ । ଫିଜି ପକ୍ଷରୁ ମଧ୍ୟ ‘ସାଥୀ ଅଫ୍ ଦି ଅର୍ଡର ଅଫ ଫିଜି’ ସମ୍ମାନରେ ସମ୍ମାନିତ ହୋଇଥିଲେ ମୋଦି । ଫିଜି ଦେଶ ପ୍ରଧାନମନ୍ତ୍ରୀ ଷ୍ଟିଟିଭେନି ରିବୁକା ତାଙ୍କୁ ସମ୍ମାନିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ

PM Modi France visit: ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତର ପାସୱାର୍ଡ ପ୍ରବାସୀ

Bhutan Confers Highest Civilian Award To Modi: ଭୂଟାନ ମୋଦିଙ୍କୁ ଦେଲା ସର୍ବୋଚ୍ଚ ବେସାମରିକ ସମ୍ମାନ

PM Modi in Egypt: ଇଜିପ୍ଟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନଜର ପକାନ୍ତୁ କେଉଁ ଦେଶରୁ କେଉଁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି:

ଭୂଟାନର ସର୍ବୋଚ୍ଚ ସମ୍ମାନ ‘ଡ୍ରୁକ ଗ୍ୟାଲପୋ’ ସମ୍ମାନରେ ଗତ 2021 ମସିହାରେ ସମ୍ମାନିତ ହୋଇଥିଲେ ମୋଦି ।

2020 ମସିହାରେ ଆମେରିକା ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲିଜନ ଅଫ ମେରିଟ ସମ୍ମାନରେ ସମ୍ମାନିତ କରିଥିଲେ ।

ସେହିପରି 2019ରେ ମାଳଦ୍ବୀପରୁ ‘Distinguished Rule of Nishan Izzuddin’ ଓ ବାହାରିନରୁ କିଙ୍ଗ ହାମାଡ ଅର୍ଡର ଅଫ୍‌ ଦି ରେନଆଇସାନ୍ସ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

2019ରେ ଋଷିଆରୁ ଷ୍ଟୁଆଟ୍‌ ଆଣ୍ଡ୍ର୍ୟୁ ଓ ୟୁଏଇ ପକ୍ଷରୁ ଅର୍ଡର ଅଫ୍‌ ଜାୟଦ ଆୱାର୍ଡ ସମ୍ମାନରେ ସମ୍ମାନିତ ।

2018ରେ ପାଲେଷ୍ଟାଇନ ପକ୍ଷରୁ ଗ୍ରାଣ୍ଡ କୋଲାର ଅଫ ଦି ଷ୍ଟେଟ ପାଲେଷ୍ଟାଇନ ସମ୍ମାନରେ ସମ୍ମାନିତ ହୋଇଥିଲେ ।

2016ରେ ଆଫଗାନିସ୍ତାନର ସର୍ବୋଚ୍ଚ ସମ୍ମାନ ଷ୍ଟେଟ ଅର୍ଡର ଅଫ୍‌ ଘାଜି ଅମିର ଅମନ୍ନୁଲ୍ଲାହ ଖାନ ସମ୍ମାନ ଓ ସାଉଦି ଆରବରୁ ଅର୍ଡର ଅଫ୍‌ ଅବଦୁଲାଜିଜ ଅଲ ସାଉଦ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Last Updated : Jul 14, 2023, 11:20 AM IST

ABOUT THE AUTHOR

...view details