ହାଇଦ୍ରାବାଦ:ନେପାଳ ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ 68 ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ 5ଜଣ ଭାରତୀୟ ମଧ୍ୟ ରହିଛନ୍ତି । ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ଏହି 72 ଯାତ୍ରୀ ବିଶିଷ୍ଟ ୟେତି ଏୟାରଲାଇନ୍ସ ବିମାନଟି ଅବତରଣ କରିବା ବେଳେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ 68ଜଣ ଯାତ୍ରୀ ଓ 4ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ 72 ଜଣ ଥିଲେ । ଏବେ ସୁଦ୍ଧା 68 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।
ୟେତି ଏୟାରଲାଇନ୍ସ ମୁଖପାତ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିମାନରେ 53 ଜଣ ନେପାଳି, 5 ଜଣ ଭାରତୀୟ, 4 ଜଣ ଋଷିୟ ନାଗରିକ, ଜଣେ ଆୟାରଲାଣ୍ଡରୁ, 2 ଜଣ କୋରିଆନ, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ନାଗରିକ ଯାତ୍ରା କରୁଥିଲେ । ବିମାନରେ 2 ଶିଶୁ ମଧ୍ୟ ଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ଯାନ୍ତ୍ରିକ ତ୍ରୁଟି ସମ୍ଭାବ୍ୟ କାରଣ ବୋଲି ଅନୁମାନ କରାଯାଉଛି । ବରିଷ୍ଠ ଅଧିକାରୀ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ କରାଯାଉଥିବା ମଧ୍ୟ ସମ୍ପୃକ୍ତ ଏୟାରଲାଇନ୍ସ ମୁଖପାତ୍ର ସୁଦର୍ଶନ ର୍ବାତାଲା କହିଛନ୍ତି । ।
ଏହା ବି ପଢନ୍ତୁ...Encounter In Budgam: ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ