ଓଡିଶା

odisha

ETV Bharat / international

ପାକିସ୍ତାନରେ ଲୋମଟାଙ୍କୁରା ଘଟଣା, ସ୍ତ୍ରୀକୁ ହତ୍ୟା ପରେ ହଣ୍ଡାରେ ସିଝାଇଲା ସ୍ବାମୀ

ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଘନ୍ୟ ହତ୍ୟାକାଣ୍ଡ । ନିଜ ପିଲାଙ୍କ ସମ୍ମୁଖରେ ସ୍ତ୍ରୀକୁ ହତ୍ୟାପରେ ହଣ୍ଡାରେ ସିଝାଇ ଦେଲା ସ୍ବାମୀ । ଅଧିକ ପଢନ୍ତୁ

Pakistani man boils wife in cauldron
Pakistani man boils wife in cauldron

By

Published : Jan 16, 2023, 9:38 AM IST

ଇସଲାମବାଦ: ନୃଶଂସ-ବର୍ବର-ଅମାନୁଷିକ । ପାକିସ୍ତାନରୁ ସାମ୍ନାକୁ ଆସିଛି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା । ଯାହା ଜାଣିଲେ ଆପଣଙ୍କ ରୋମଟାଙ୍କୁରି ଉଠିବ । ମନୁଷ୍ୟ ରାଗରେ ଥିବା ସମୟରେ କେତେ ଯେ ନୃଶଂସ ହୋଇପାରେ ତାହା ଏହି ଘଟଣାହିଁ ବୟାନ କରୁଛି । ସ୍ତ୍ରୀକୁ ହତ୍ୟା କରିବା ପରେ ହଣ୍ଡାରେ ସିଝାଇ ଦେଲା ସ୍ବାମୀ । ତାହା ପୁଣି ନିଜ ଜନ୍ମିତ ସନ୍ତାନଙ୍କ ସମ୍ମୁଖରେ । ପାକିସ୍ତାନର ସିନ୍ଧ ପ୍ରଦେଶରେ ଏପରି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି ନରଗିସ ।

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଗତ ବୁଧବାର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ନରଗିସଙ୍କୁ ହତ୍ୟା କରିବା ପରେ କଡେଇରେ ସିଝାଇ ଦେଇଥିଲେ । ଏହାପରେ ଗୁଲଶାନ-ଇ-ଇକବାଲ ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟର ରୋଷେଇ ଘରେ ନାର୍ଗିସଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଆଶିକ ଏକ ବିଦ୍ୟାଳୟରେ ଓ୍ବାଚମ୍ୟାନ ଭାବେ କାମ କରୁଥିବା ବେଳେ ଅନ୍ୟ ଏକ ବନ୍ଦ ଥିବା ସ୍କୁଲରେ ପରିବାର ସହ ରହୁଥିଲେ । ସେଠାରେ ସ୍ତ୍ରୀକୁ ହତ୍ୟା କରି ତାଙ୍କ ୬ଜଣ ପିଲାଙ୍କ ସମ୍ମୁଖରେ ସିଝାଇ ଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସେ ତାଙ୍କ ୩ଜଣ ପିଲାଙ୍କୁ ନେଇ ଫେରାର ହୋଇଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ତିନି ପିଲାଙ୍କୁ ନିଜ ହେପାଜତକୁ ଆଣିଥିଲା ।

ତେବେ ଘଟଣା ସମ୍ପର୍କରେ ପୋଲିସ ନରଗିସଙ୍କୁ ତିନି ପିଲାଙ୍କ ବୟାନ ରେକର୍ଡ କରିଛି । ପ୍ରଥମ ଏକ ତକିଆରେ ଅଭିଯୁକ୍ତ ଜଣଙ୍କ ନରଗିସଙ୍କୁ ହତ୍ୟା କରିବା ପରେ ଏକ ହଣ୍ଡାରେ ସିଝାଇ ଦେଇଥିଲା । ନିଜ ୬ ସନ୍ତାନଙ୍କ ସମ୍ମୁଖରେ ଏପରି କରିଥିଲା ଅଭିଯୁକ୍ତ । ମହିଳାଙ୍କ ଗୋଡ ଶରୀରୁ ଅଲଗା ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଅଭିଯୁକ୍ତ ଜଣଙ୍କ ଏପରି କାହିଁକି କଲେ ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

ତେବେ ଅନୁମାନ କରାଯାଉଛି ଯେ, ସ୍ବାମୀ ତାର ସ୍ତ୍ରୀକୁ ଅନ୍ୟ କାହା ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । କିନ୍ତୁ ସେ ଏଥିପରେ ରାଜି ନହେବାରୁ ରକ୍ତମୁଖା ହୋଇଥିଲା ଅଭିଯୁକ୍ତ । ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ABOUT THE AUTHOR

...view details