ହାଇଦ୍ରାବାଦ:ଲାଇଭ ରିପୋର୍ଟିଂ ବେଳେ ରାଗିଗଲେ ସାମ୍ବାଦିକା । ପାଖରେ ଥିବା ଏକ ନାବାଳକର ଗାଲରେ ଦେଲେ ଶକ୍ତ ଚାପୁଡା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପାକିସ୍ତାନରୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସୂଚନାଅନୁସାରେ,ଏହି ଘଟଣାଟି ବକରିଦ୍ ଦିନର ହୋଇଥିବା ଜଣାପଡିଛି । ବକରିଦ୍ ଅବସରରେ ରିପୋର୍ଟିଂ ସମୟରେ ସାମ୍ୱାଦିକାଙ୍କୁ ଚାରିପଟେ ଲୋକମାନେ ଘେରି ରହିଥିଲେ । ତେବେ ଏହି ସମୟରେ ନାବାଳକ ଜଣକ କ୍ୟାମେରା ଆଗରେ ବାରମ୍ବାର ହାତ ହଲାଉଥିଲେ । ଏଥିରେ ରାଗି ଯାଇ ସେ ପ୍ରଥମେ ତାଙ୍କୁ ଚେତାବନୀ ଦେଇଥିଲେ, କିନ୍ତୁ ସେ ରାଜି ହୋଇନଥିବାରୁ ସେ ସଙ୍ଗେ ସଙ୍ଗେ ଯୁବକକୁ ଚାପୁଡ଼ା ମାରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।