ଇସଲାମବାଦ:କେନିଆରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା(Pakistani journalist shot dead in Kenya) । ମୃତକ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ଅର୍ଶଦ ସରିଫ୍(୪୯) । ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ପରେ ସେ କେନିଆ ପଳାଇ ଥିଲେ । ସେଠାରେ ପୋଲିସ ଗୁଳିରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୋମବାର ତାଙ୍କର ପତ୍ନୀ ଜାଭେରିଆ ସିଦ୍ଦିକି( Javeria Siddique) ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
ପତ୍ନୀ ଟ୍ବିଟ୍ କରିଛନ୍ତି, ''ମୁଁ ମୋର ବନ୍ଧୁ, ମୋ ପ୍ରିୟ ସାମ୍ବାଦିକ ଓ ସ୍ବାମୀଙ୍କୁ ହରାଇଲି ।'' ଏହାସହିତ ତାଙ୍କର ପାରିବାରିକ ଗୋପନୀୟତାକୁ ସମ୍ମାନ ଜଣାଇ ବ୍ରେକିଂ(ନ୍ୟୁଜ) ନାଁରେ ତାଙ୍କ ପରିବାରର ଫଟୋ ସେୟାର ନ କରିବାକୁ ସେ ନିବେଦନ କରିଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ ଅର୍ଶଦଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ କେନିଆରେ ଥିବା ପାକିସ୍ତାନର ହାଇ କମିଶନ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଥିବା ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ଅସୀମ ଇପ୍ଟିଖର ଜଣାଇଛନ୍ତି ।