ଓଡିଶା

odisha

ETV Bharat / international

ଆମେରିକାରେ ISIS ପାଇଁ କାର୍ଯ୍ୟ କରୁଥିଲେ ପାକିସ୍ତାନୀ ଡାକ୍ତର, ମିଳିଲା 18 ବର୍ଷ ଜେଲଦଣ୍ଡ - ଆମେରିକାରେ ପାକିସ୍ତାନୀ ଡାକ୍ତର ଗିରଫ

ଆମେରିକାରେ ISIS ପାଇଁ କାର୍ଯ୍ୟ କରୁଥିବା ପାକିସ୍ତାନୀ ଡାକ୍ତରଙ୍କୁ 18 ବର୍ଷ ଜେଲଦଣ୍ଡ । ଗତବର୍ଷ ହୋଇଥିଲେ ଗିରଫ । ସିରିଆ ଯାଇ ISIS ରେ ହେବାକୁ ଚାହୁଁଥିଲେ ସାମିଲ । ଅଧିକ ପଢନ୍ତୁ

ଆମେରିକାରେ ISIS ପାଇଁ କାର୍ଯ୍ୟ କରୁଥିଲେ ପାକିସ୍ତାନୀ ଡାକ୍ତର, ମିଳିଲା 18 ବର୍ଷ ଜେଲଦଣ୍ଡ
ଆମେରିକାରେ ISIS ପାଇଁ କାର୍ଯ୍ୟ କରୁଥିଲେ ପାକିସ୍ତାନୀ ଡାକ୍ତର, ମିଳିଲା 18 ବର୍ଷ ଜେଲଦଣ୍ଡ

By ETV Bharat Odisha Team

Published : Aug 27, 2023, 8:05 PM IST

ହାଇଦ୍ରାବାଦ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIS ସହ ସମ୍ପୃକ୍ତ ରହିବା ଓ ଆତଙ୍କୀ କାର୍ଯ୍ୟକଳାପରେ ସହଯୋଗ କରିବା ଅଭିଯୋଗରେ ଆମେରିକାରେ ଥିବା ଜଣେ ପାକିସ୍ତାନୀ ଡାକ୍ତରଙ୍କୁ ସ୍ଥାନୀୟ ପୋଲିସ ଗତବର୍ଷ ଗିରଫ କରିଥିଲା । ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜି 18 ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଛି ସ୍ଥାନୀୟ ଏକ କୋର୍ଟ । ଏନେଇ ଆମେରିକାର ନ୍ୟାୟିକ ବିଭାଗ ସୂଚନା ଦେଇଛି ।

ବିଦେଶୀ ନ୍ୟାୟିକ ସଂସ୍ଥା ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, 31 ବର୍ଷୀୟ ମହମ୍ମଦ ମାସୁଦ ନାମକ ଏହି ପାକିସ୍ତାନ ନାଗରିକ ବୃତ୍ତିରେ ଜଣେ ଡାକ୍ତର । ସେ ଆମେରିକାରରେ ରହୁଥିଲେ । ସେ ଆତଙ୍କବାଦୀ ସଂସ୍ଥା ଆଇଏସଆଇଏସ ସହ ଯୋଗାଯୋଗରେ ଥିଲେ । ସେ ନିଜେ ଆତଙ୍କୀ ସଂଗଠନରେ ସାମିଲ ହେବା ପାଇଁ ଯୋଜନା ରଖିଥିଲେ । ଆତଙ୍କବାଦୀ ସଂଗଠନରେ ଯୋଗଦେବା ପାଇଁ ଆମେରିକାରୁ ମଧ୍ୟପ୍ରାଚ୍ୟ ଦେଶ ସିରିଆକୁ ଯାତ୍ରା କରିବା ପାଇଁ ଯୋଜନା ମଧ୍ୟ କରିଥିଲେ । ଏହି ଯାତ୍ରା ପାଇଁ ସେ 2020 ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ପ୍ରୟାସ ମଧ୍ୟ କରିଥିଲେ ।

2020 ଫେବୃଆରୀ 21 ତାରିଖରେ, ଅଭିଯୁକ୍ତ ମାସୁଦ ଚିକାଗୋରୁ ଜୋର୍ଡାନକୁ ଯାତ୍ରା ପାଇଁ ଏକ ବିମାନ ଟିକେଟ ମଧ୍ୟ ବୁକ କରିଥିଲେ । ସେଠାରୁ ସେ ସିରିଆକୁ ଯାତ୍ରା କରିବାକୁ ଯୋଜନା କରିଥିଲେ । 2020 ମାର୍ଚ୍ଚ 16ରେ କୋଭିଡ ସଂକ୍ରମଣ କାରଣରୁ ଲକଡାଉନ ଘୋଷଣା ହେବା ପରେ ସେ ନିଜ ଇଚ୍ଛାରେ ସଫଳ ହୋଇପାରିନଥିଲେ । ପରେ ସେ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଗୋ ଜାହାଜରେ ସିରିଆରେ ପହଞ୍ଚି ଆତଙ୍କୀ ସଂଗଠନରେ ଯୋଗ ଦେବା ପାଇଁ ଚିନ୍ତା କରିଥିଲେ । ହେଲେ ଏହି ଯୋଜନା ସମ୍ପର୍କରେ ପୋଲିସ ସୂଚନା ପାଇଁ ତାକୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ:-G20 ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଲେଖାହେଲା ଭାରତ ବିରୋଧୀ ସ୍ଲୋଗାନ

ଗତବର୍ଷ ଅଗଷ୍ଟ 16ରେ ସେ ଆତଙ୍କୀ ଲିଙ୍କ୍‌ ଅଭିଯୋଗରେ ଗିରଫ ହୋଇଥିଲେ । ଏହା ପରେ ସେ ଦୀର୍ଘ 5 ବର୍ଷ ଧରି ଆତଙ୍କବାଦ ସଂଗଠନ ସହ ଜଡିତ ରହିବା ଓ ସାମିଲ ହେବାକୁ ଚାହୁଁଥିବା ଜଣାପଡିଥିଲା । ଏପରିକି ସେ ଆମେରିକାରେ ରହି ମଧ୍ୟ ଆତଙ୍କୀ ସଂଗଠନକୁ ସହଯୋଗ ଜାରି ରଖିଥିଲେ । ତାଙ୍କୁ ଆତଙ୍କବାଦରେ ସମ୍ପୃକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଆଜି ତାଙ୍କୁ ଆମେରିକାର ଏକ କୋର୍ଟ 18 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details