ଓଡିଶା

odisha

ETV Bharat / international

Pakistan: ଜେଲ ଗଲେ ଇମ୍ରାନ, ଦେଶବ୍ୟାପୀ ପ୍ରତିବାଦ ଡାକରା ଦେଲା PTI - ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ଘଟଣା

ମଧ୍ୟାହ୍ନରେ ଦଣ୍ଡାଦେଶ ପରେ ଜେଲ ଗଲେ ଇମ୍ରାନ ଖାନ । ଦେଶବ୍ୟାପୀ ଆନ୍ଦୋଳନ କରିବ ତାଙ୍କ ରାଜନୈତିକ ଦଳ ପିଟିଆଇ । ଗତ ଗିରଫଦାରୀ ବେଳେ ସମଗ୍ର ପାକିସ୍ତାନରେ ଦେଖିବାକୁ ମିଳିଥିଲା ପ୍ରତିବାଦ ଓ ହିଂସା । ଅଧିକ ପଢନ୍ତୁ

Pakistan: ଜେଲ ଗଲେ ଇମ୍ରାନ, ଦେଶବ୍ଯାପୀ ପ୍ରତିବାଦ ଡାକରା PTI
Pakistan: ଜେଲ ଗଲେ ଇମ୍ରାନ, ଦେଶବ୍ଯାପୀ ପ୍ରତିବାଦ ଡାକରା PTI

By

Published : Aug 5, 2023, 10:56 PM IST

ହାଇଦ୍ରାବାଦ:ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ 3 ବର୍ଷ ଜେଲଦଣ୍ଡାଦେଶ ପାଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସଂଧ୍ୟାରେ ଜେଲ ପଠାଇ ଦିଆଯାଇଛି । ପାକିସ୍ତାନର ଏକ ଟ୍ରାଏଲ କୋର୍ଟ ପିଟିଆଇ ନେତା ଇମ୍ରାନଙ୍କୁ ତୋଷାଖାନା ମାମଲାରେ ୩ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ । ଜେଲଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଥିଲେ କୋର୍ଟ । ତେବେ ଏହି ଦଣ୍ଡାଦେଶକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ଇମ୍ରାନଙ୍କ ନେତୃତ୍ବାଧୀନ ରାଜନୈତିକ ଦଳ ପିଟିଆଇ ସାରା ଦେଶରେ ପ୍ରତିବାଦର ଡାକରା ଦେଇଛି । ଯାହା ଫଳରେ ଇମ୍ରାନଙ୍କ ପୂର୍ବ ଗିରଫଦାରୀ ପରି ପାକିସ୍ତାନରେ ରାଜନୈତିକ ହିଂସା ଦେଖାଯିବାର ଆଶଙ୍କା ମଧ୍ୟ ବଢିଛି ।

ପୂର୍ବଥର ଇସଲାମାବାଦ କୋର୍ଟ ପରିସରରୁ ଇମ୍ରାନଙ୍କୁ ପାକିସ୍ତାନ ଅର୍ଦ୍ଧ ସାମରିକ ବଳ (ପାକ ରେଞ୍ଜର୍ସ) ଉଠାଇ ନେଇଥିଲା । ଯାହାକୁ ନେଇ ସାରା ଦେଶରେ ତାଙ୍କର ଦଳ ପିଟିଆଇ କାର୍ଯ୍ୟକର୍ତ୍ତା ଆନ୍ଦୋଳନ କରିଥିଲେ । ଏକାଧିକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଏପରିକି ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟକୁ ମଧ୍ୟ ଆନ୍ଦୋଳନକାରୀମାନେ ଛାଡିନଥିଲେ । ସେଠାରେ ମଧ୍ୟ ବ୍ୟାପକ ଜଳାପୋଡା ଓ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ସମଗ୍ର ପାକିସ୍ତାନରେ ଏକ ପ୍ରକାର ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହେବା ସହ ପ୍ରାୟ 1 ହଜାର ଲୋକ ଗିରଫ ହୋଇଥିଲା । ତେବେ ଆଜି ପୁଣି ଦଣ୍ଡାଦେଶ ପରେ ପାକିସ୍ତାନରେ ଇମ୍ରାନଙ୍କ ଦଳ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ୍

ଆଜି କୋର୍ଟଙ୍କ ଦଣ୍ଡାଦେଶ ପରେ ଇମ୍ରାନ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରିବେନାହିଁ । ଆଗାମୀ ୫ ବର୍ଷ ଯାଏଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଏହି ରାୟ ପ୍ରକାଶ ପରେ ଇସଲାମବାଦ ପୋଲିସ ତାଙ୍କ ଗିରଫଦାରୀ ୱାରେଣ୍ଟ ଜାରି କରିଛି । ଇମ୍ରାନ ଖାନଙ୍କୁ ଆଜି ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧ଲକ୍ଷ ଜରିମାନା ଦଣ୍ଡ ମିଳିଛି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ । ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହେବା ପରେ ଇମ୍ରାନଙ୍କ ବିରୋଧରେ ପାକିସ୍ତାନରେ ଏକାଧିକ ମାମଲା ରୁଜୁ ହୋଇଛି । ଏକାଧିକ ଥର ଗିରଫଦାରୀକୁ ନେଇ ପାକିସ୍ତାନ ରାଜନୀତିରେ ନାଟକୀୟ ଘଟଣା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଇମ୍ରାନଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରାଯାଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details