ନୂଆଦିଲ୍ଲୀ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ଅଭିଯାନ ଶେଷ ହୋଇଛି । ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡଠୁ ପରାସ୍ତ ହୋଇ ଭାରତର ଟ୍ରଫି ସ୍ବପ୍ନ ଚୁରମାର ହୋଇଛି । 13 ତାରିଖରେ ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିରେ ପାକିସ୍ତାନ ଓ ଇଂଲଣ୍ଡ ମୁହାମୁହିଁ ହେବେ । ସେମିରେ ଭାରତର ପରାଜୟ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଟାର୍ଗେଟ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଟ୍ବିଟ କରି ରବିବାର ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଫାଇନା ମ୍ୟାଚ୍ ବିଷୟରେ କହିଛନ୍ତି(Pakistan Prime Minister Shehbaz Sharif tweet) ।
ଏଠାରେ ଭାରତୀୟ ଦଳକୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି । ଯାହାକୁ ନେଇ ଭାରତୀୟ ଫ୍ୟାନ୍ସ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହ ଜବାବ ମଧ୍ୟ ଦେଇଛନ୍ତି । ଶହବାଜ ଟ୍ବିଟରେ ଲେଖିଛନ୍ତି ରବିବାର 152/0 ବନାମ 170/0ରେ ଫାଇନାଲ ମୁକାବିଲା ହେବ । ଭାରତ ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ସେମି ଫାଇନାଲରେ 10 ୱିକେଟରେ ପରାସ୍ତ ହୋଇଛି । ଏଥିରେ ଇଂଲଣ୍ଡ ବିନା ୱିକେଟ ହରାଇ 170ରନ କରି ବିଜୟ ହାସଲ କରିଥିଲା । ପୂର୍ବ ଟି -ଟ୍ବେଣ୍ଟି ବିଶ୍ବକପରେ ଭାରତକୁ ପାକିସ୍ତାନ 10 ୱିକେଟରେ ପରାସ୍ତ କରିଥିଲା । ସେହି ସମୟରେ ପାକିସ୍ତାନ ସ୍କୋର ଥିଲା 152/0 । ଟ୍ବିଟ ଜରିଆରେ ଏହି କଥା କହିଛନ୍ତି ପାକିସ୍ତାନ ପିଏମ ।
ଶହବାଜଙ୍କ ଟ୍ବିଟର ଜବାବ ଦେଲେ ଫ୍ୟାନ୍ସ...