ଓଡିଶା

odisha

ETV Bharat / international

Pakistan Food Crisis: ଭୋକରେ ଆଉଟୁପାଉଟୁ ପାକିସ୍ତାନ, ଅଟା ଟ୍ରକ ପଛରେ ଗୋଡାଇଲେ ଲୋକେ - ପାକିସ୍ତାନରେ ଅଟା ଟ୍ରକ ପଛରେ ଗୋଡାଉଛନ୍ତି ଲୋକେ

ପାକିସ୍ତାନରେ କାଙ୍ଗାଳ ସ୍ଥିତି । ଅଟା ପାଇଁ ଟ୍ରକ ପଛରେ ଗୋଡାଉଛନ୍ତି ଲୋକେ । ଅଧିକ ପଢନ୍ତୁ

ପାକିସ୍ତାନରେ ଖାଦ୍ୟ ସଙ୍କଟ
ପାକିସ୍ତାନରେ ଖାଦ୍ୟ ସଙ୍କଟ

By

Published : Jan 15, 2023, 1:16 PM IST

Pakistan Food Crisis

ଇସଲାମବାଦ: ଏବେ ପାକିସ୍ତାନ ଘୋର ଆର୍ଥିକ ସଂଙ୍କଟ ଦେଇ ଗତି କରୁଛି । ପାକ୍‌ରେ ଶ୍ରୀଲଙ୍କା ପରି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଭୋକ ଉପାସରେ ଆଉଟୁପାଉଟୁ ହେଉଛନ୍ତି ଦେଶବାସୀ । ଭୋକଜ୍ବାଳା ପ୍ରଶମିତ କରିବାକୁ ଲୋକମାନେ ଗହମ, ଅଟା ପାଇଁ ମାର୍‌ପିଟ୍ ହେଉଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ପାକିସ୍ତାନରେ ଭୋକର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଲୋକମାନେ କିପରି ସାମାନ୍ୟ ଅଟା ପାଇଁ ବିପଦସଙ୍କୁଳ ଭାବେ ଅଟା ବୋଝେଇ ଟ୍ରକ ପଛରେ ଗୋଡାଉଛନ୍ତି ତାହାର ଏକ ଭିଡିଓ ଦେଖିବାକୁ ମିଳିଛି ।

ନ୍ୟାସନାଲ ଇକ୍ବାଲିଟି ପାର୍ଟି JKGBLର ଚେୟାରମ୍ୟାନ ପ୍ରଫେସର ସଜ୍ଜାଦ ରାଜା ଏହି ଭିଡିଓଟିକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି, ଏହା କୌଣସି ମୋଟର ସାଇକେଲ ରାଲି ନୁହେଁ, ଲୋକମାନେ ଅଟୋ ବୋଝେଇ ଟ୍ରକ ପଛରେ ଗୋଡାଉଛନ୍ତି । ଏହି ଆଶାରେ ଯେ, ସେ ଗୋଟିଏ ପ୍ୟାକେଟ ଅଟା କିଣିପାରିବେ । ପାକିସ୍ତାନରେ ଆମର କୌଣସି ଭବିଷ୍ୟତ ଅଛି କି । ଦେଶରେ ଏବେ କିଭଳି ସ୍ଥିତି ରହିଛି ଏହି ଭିଡିଓ ତାହାର ଏକ ଝଲକ୍ ମାତ୍ର ବୋଲି ପ୍ରଫେସର କହିଛନ୍ତି ।

ବର୍ଷ ବର୍ଷ ଧରି ପାକିସ୍ତାନ ଖାଦ୍ୟ ସଙ୍କଟ ସ୍ଥିତି ଦେଇ ଗତି କରୁଛି । ଏବେ ପାକ୍ ଏକ ପ୍ରକାର କାଙ୍ଗାଳ ହୋଇଯାଇଛି । ଏଠାରେ ଲୋକମାନେ ଖାଇବାକୁ ପିଇବାକୁ ପାଉନାହାନ୍ତି । ଦେଶରେ ଅଧିକାଂଶ ସ୍ଥାନରେ ଅଟାର ଘୋର ଅଭାବ ସୃଷ୍ଟି ହୋଇଛି । ଗତ ସପ୍ତାହ ପର ଠାରୁ ଦେଶର ବିଭିନ୍ନ ରାଜ୍ୟରେ ଅଟା ମୂଲ୍ୟ ଆକାଶ ଛୁଆଁ ରହିଛି । ବର୍ତ୍ତମାନ ଦେଶର କିଛି ସ୍ଥାନରେ ଗୋଟିଏ ପ୍ୟାକେଟ ଅଟା ମୂଲ୍ୟ ପାକିସ୍ତାନ ମୁଦ୍ରାରେ ୩,୦୦୦ ଟଙ୍କା ରହିଛି । ଯେଉଁ କାରଣରୁ ଅଟା ପାଇଁ ରାସ୍ତାରେ ଲୋକେ ମାରପିଟ୍ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ: ୟୁକ୍ରେନରେ ଭୟଙ୍କର ମିଶାଇଲ ମାଡ: ୧୨ ମୃତ, ଏକାଧିକ ଆହତ

ପାକିସ୍ତାନର ଇସଲାମବାଦ ଏବଂ ପେଶାୱାରରେ ୧୦ କେଜି ଅଟା ପ୍ୟାକେଟ ୧୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୦ କେଜି ପ୍ୟାକେଟ ମୂଲ୍ୟ ୨୮୦୦ ଟଙ୍କା ରହିଛି । ପଞ୍ଜାବ ପ୍ରଦେଶରେ ଅଟା କେଜି ୧୬୦ ଟଙ୍କା ହୋଇଯାଇଛି । ଏହାପୂର୍ବରୁ ଶ୍ରୀଲଙ୍କାରେ ମଧ୍ୟ ଉତ୍କଟ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଥିଲା । ଖାଦ୍ୟ, ପାନୀୟ, ବିଜୁଳି ସଙ୍କଟ ମଧ୍ୟରେ ଆଉଟୁପାଉଟୁ ହୋଇ ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ ।

ABOUT THE AUTHOR

...view details